କମିଶନରେଟ ପୁଲିସକୁ ବଡ଼ ସଫଳତା, ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ

ଭୁବନେଶ୍ବର: ଧଳସାମନ୍ତ କେସ ପରେ କମିଶନରେଟ ପୁଲିସକୁ ବଡ଼ ସଫଳତା । ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା ।ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ତମାଣ୍ଡୋ ପୁଲିସ ଉକ୍ତ ଗ୍ୟାଙ୍ଗକୁ କାବୁ କରିଛି।ଖଣି କାରବାର ଓ ଗାଈ ଚୋରା ଚଳାନରେ ଏମାନେ ଲିପ୍ତ ଥିବା  ଡିସିପି ପ୍ରତୀକ ସିଂ କହିଛନ୍ତି। କ୍ରସର ଓ ଷ୍ଟୋନ ଚୋରା […]

ଭୁବନେଶ୍ବର: ଧଳସାମନ୍ତ କେସ ପରେ କମିଶନରେଟ ପୁଲିସକୁ ବଡ଼ ସଫଳତା । ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା ।ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ତମାଣ୍ଡୋ ପୁଲିସ ଉକ୍ତ ଗ୍ୟାଙ୍ଗକୁ କାବୁ କରିଛି।ଖଣି କାରବାର ଓ ଗାଈ ଚୋରା ଚଳାନରେ ଏମାନେ ଲିପ୍ତ ଥିବା  ଡିସିପି ପ୍ରତୀକ ସିଂ କହିଛନ୍ତି।

କ୍ରସର ଓ ଷ୍ଟୋନ ଚୋରା କାରବାରରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ରହିଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆକୁ ଗିରଫ କରିଛି ପୁଲିସ । ଗୋ ତସ୍କରୀ ମୁଖ୍ୟ ବଟ ପାଣିକୁ ମଧ୍ୟ ଗିରଫ କରାଯାଇଛି । ପ୍ରକାଶ ରାଉତରାୟ ଓ ଶିବ କୁମାର ନାଲିକୁ ମଧ୍ୟ ଗିରଫ କରାଯାଇଛି।

ଏହି ଗିରଫ ସମୟରେ ୯ ଏମଏମ କରବାଇନ ସହ ଅଫୁଟା ୧୨ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ପୁଲିସ ।  ଜବତ ନାଇନ ଏମଏମ କରବାଇନକୁ SFSL ପଠାଇବ କମିସନରେଟ ପୁଲିସ ।  ସଞ୍ଜୟ ଖୁଣ୍ଟିଆ ଜଣେ ପେସାଦାର ଅପରାଧୀ । ତା ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଆର୍ମସ ଆକ୍ଟ, ଖଣି ଡିଲ ଭଳି ବଡ଼ ବଡ଼ ଅପରାଧରେ ସମ୍ପୃକ୍ତି ରହିଛି।  ଗୋଟିଏ କାରବାଇନ, ୨ଟି ପିସ୍ତଲ, ୪ଟି ମାଗାଜିନ, ୩ କାର, ୭ମୋବାଇଲ ଓ ୧୯ ଗୁଳି ଜବତ କରାଯାଇଛି।

 

About The Author: The Sakala