ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା

The Sakala Picture
Published On

କୁଆମରା : ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରବାଡି ରେ ସ୍ଥାନୀୟ ଏକ ଯୁବକଙ୍କୁ ଶନିବାର ରାତିରେ ବିଭତ୍ସ ହତ୍ଯା କରାଯାଇଛି। ତେବେ ଏହା ପ୍ରେମ ଜନୀତ ହତ୍ୟାକାଣ୍ଡ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ମୃତକ ହେଉଛନ୍ତି ଜୟପୁର ଗ୍ରାମ ର ଲକ୍ଷ୍ମୀଧର ବାରିକଙ୍କୁ ପୁଅ ସୁଭାଶିଷ (୨୧)। ସୁଭାଶିଷ କୁଆମରା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିବା ବେଳେ ତାଙ୍କ […]

କୁଆମରା : ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରବାଡି ରେ ସ୍ଥାନୀୟ ଏକ ଯୁବକଙ୍କୁ ଶନିବାର ରାତିରେ ବିଭତ୍ସ ହତ୍ଯା କରାଯାଇଛି। ତେବେ ଏହା ପ୍ରେମ ଜନୀତ ହତ୍ୟାକାଣ୍ଡ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ମୃତକ ହେଉଛନ୍ତି ଜୟପୁର ଗ୍ରାମ ର ଲକ୍ଷ୍ମୀଧର ବାରିକଙ୍କୁ ପୁଅ ସୁଭାଶିଷ (୨୧)।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ସୁଭାଶିଷ କୁଆମରା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିବା ବେଳେ ତାଙ୍କ ପ୍ରେମିକା ମଧ୍ୟ କୁଆମରା ସାରସ୍ୱତ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ସୁଭାଶିଷର ବାପା ଲକ୍ଷ୍ମୀଧର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ଉଭୟ ପରିବାର ଏହାକୁ ବିରୋଧ କରି ଆସୁଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଏପରିକି ସୁଭାଶିଷ ପୂର୍ବରୁ ସେଠାକୁ ଯାଇ ଥିବା ବେଳେ କେତେକ ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏପରିକି ତାକୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। ତେବେ ଶନିବାର ସୁଭାଶିଷଙ୍କ ନିକଟକୁ ପ୍ରାୟ ରାତି ୧୦ ଟା ରେ ତାଙ୍କ ପ୍ରେମିକାଙ୍କ ଠାରୁ ଶେଷ ଫୋନ ଯିବା ପରେ ସୁଭାଶିଷ ଘରୁ ଏକ ସାଇକେଲ ଯୋଗେ ଶ୍ରୀନାଥ ପୁର ଗ୍ରାମର ଉମାକାନ୍ତ ମହାନ୍ତି ନାମକ ଏକ ସାଙ୍ଗ ସହିତ ଘରୁ ଆସିଥିଲେ ଓ ତାଙ୍କ ଘରେ ସାଇକେଲ ରଖିଦେଇ ସୁଭାଶିଷ ପ୍ରେମିକାଙ୍କ ଘରେ ପହଞ୍ଚି ଥିବାର ପୁଲିସ ଅନୁମାନ କରିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଉଭୟଙ୍କ ଘର ଦୂରତ୍ୱ ୧ କିଲୋମିଟର ବ୍ୟବଧାନ ହେବ। ତେବେ ନବୀନଙ୍କ ଘର ପଛପଟେ ଥିବା ବାଡିରେ ସୁଭାଶିଷଙ୍କୁ ଅତି ନିର୍ମମ ଭାବେ ହତ୍ଯା କରି ପକାଇ ଦିଆଯାଇଥିବାର ଦେଖିବାକୁ ମିଳିଛି। ସୁଭାଶିଷଙ୍କୁ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଯୌନାଙ୍ଗ ଓ ମଳଦ୍ବାରରେ ରକ୍ତ ଛିଟା ଲାଗିଛି। ସୁଭାଶିଷଙ୍କ ବାପା ଲକ୍ଷ୍ମୀଧରଙ୍କ କହିବା ଅନୁଯାୟୀ. ରାତିରେ ପୁଅ ଫେରି ନଥିବା ବେଳେ ସକାଳେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ।

ଦିନ ଗୋଟାଏ ସମୟରେ ନବୀନଙ୍କ ଘର ପଛପଟ ବାଡିରେ ପୁଅର ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ। ତେବେ ଖବର ପ୍ରଚାରିତ ହେବାପରେ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ, ଏସ୍ ଡିପିଓ ସାର୍ଥକ ରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ଥିଲେ ମଧ୍ୟ କୌଣସି ସୁରାକ ମିଳିନାହିଁ।

ପରେ ଏସ୍ ପି ଋଷିକେଷ ଦ୍ଯାନଦେଓ ଖିଲାରୀ ପହଞ୍ଚି ତଦନ୍ତକୁ କଡାକଡି କରିବାକୁ ନିର୍ଦେଶ ଦେବା ସହ ଉପଯୁକ୍ତ ନ୍ଯାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପୁଲିସ ପ୍ରାଥମିକ ତଦନ୍ତ ପରେ ପ୍ରେମିକା, ପ୍ରେମିକାର ମାଆ, ବାପା ଓ କେତେକ ସଂପର୍କିୟଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି। ଉକ୍ତ ଘଟଣାର ୧୩୫/୨୨ ରେ ଉଦଳା ଥାନା ରେ ଏକ ମାମଲା ରୁଜୁ ହୋଇଛି। ଆଜି ଶବ ବ୍ୟବଚ୍ଛେଦ ହେବ, ରିପୋର୍ଟ ଆସିଲେ ସମସ୍ତ ଘଟଣା ଜଣାପଡିବ ବୋଲି କୁହାଯାଇଛି।

02 May 2022 By The Sakala

ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା

କୁଆମରା : ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରବାଡି ରେ ସ୍ଥାନୀୟ ଏକ ଯୁବକଙ୍କୁ ଶନିବାର ରାତିରେ ବିଭତ୍ସ ହତ୍ଯା କରାଯାଇଛି। ତେବେ ଏହା ପ୍ରେମ ଜନୀତ ହତ୍ୟାକାଣ୍ଡ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ମୃତକ ହେଉଛନ୍ତି ଜୟପୁର ଗ୍ରାମ ର ଲକ୍ଷ୍ମୀଧର ବାରିକଙ୍କୁ ପୁଅ ସୁଭାଶିଷ (୨୧)।

ସୁଭାଶିଷ କୁଆମରା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିବା ବେଳେ ତାଙ୍କ ପ୍ରେମିକା ମଧ୍ୟ କୁଆମରା ସାରସ୍ୱତ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ସୁଭାଶିଷର ବାପା ଲକ୍ଷ୍ମୀଧର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ଉଭୟ ପରିବାର ଏହାକୁ ବିରୋଧ କରି ଆସୁଥିଲେ।

ଏପରିକି ସୁଭାଶିଷ ପୂର୍ବରୁ ସେଠାକୁ ଯାଇ ଥିବା ବେଳେ କେତେକ ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏପରିକି ତାକୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। ତେବେ ଶନିବାର ସୁଭାଶିଷଙ୍କ ନିକଟକୁ ପ୍ରାୟ ରାତି ୧୦ ଟା ରେ ତାଙ୍କ ପ୍ରେମିକାଙ୍କ ଠାରୁ ଶେଷ ଫୋନ ଯିବା ପରେ ସୁଭାଶିଷ ଘରୁ ଏକ ସାଇକେଲ ଯୋଗେ ଶ୍ରୀନାଥ ପୁର ଗ୍ରାମର ଉମାକାନ୍ତ ମହାନ୍ତି ନାମକ ଏକ ସାଙ୍ଗ ସହିତ ଘରୁ ଆସିଥିଲେ ଓ ତାଙ୍କ ଘରେ ସାଇକେଲ ରଖିଦେଇ ସୁଭାଶିଷ ପ୍ରେମିକାଙ୍କ ଘରେ ପହଞ୍ଚି ଥିବାର ପୁଲିସ ଅନୁମାନ କରିଛି।

ଉଭୟଙ୍କ ଘର ଦୂରତ୍ୱ ୧ କିଲୋମିଟର ବ୍ୟବଧାନ ହେବ। ତେବେ ନବୀନଙ୍କ ଘର ପଛପଟେ ଥିବା ବାଡିରେ ସୁଭାଶିଷଙ୍କୁ ଅତି ନିର୍ମମ ଭାବେ ହତ୍ଯା କରି ପକାଇ ଦିଆଯାଇଥିବାର ଦେଖିବାକୁ ମିଳିଛି। ସୁଭାଶିଷଙ୍କୁ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଯୌନାଙ୍ଗ ଓ ମଳଦ୍ବାରରେ ରକ୍ତ ଛିଟା ଲାଗିଛି। ସୁଭାଶିଷଙ୍କ ବାପା ଲକ୍ଷ୍ମୀଧରଙ୍କ କହିବା ଅନୁଯାୟୀ. ରାତିରେ ପୁଅ ଫେରି ନଥିବା ବେଳେ ସକାଳେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ।

ଦିନ ଗୋଟାଏ ସମୟରେ ନବୀନଙ୍କ ଘର ପଛପଟ ବାଡିରେ ପୁଅର ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ। ତେବେ ଖବର ପ୍ରଚାରିତ ହେବାପରେ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ, ଏସ୍ ଡିପିଓ ସାର୍ଥକ ରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ଥିଲେ ମଧ୍ୟ କୌଣସି ସୁରାକ ମିଳିନାହିଁ।

ପରେ ଏସ୍ ପି ଋଷିକେଷ ଦ୍ଯାନଦେଓ ଖିଲାରୀ ପହଞ୍ଚି ତଦନ୍ତକୁ କଡାକଡି କରିବାକୁ ନିର୍ଦେଶ ଦେବା ସହ ଉପଯୁକ୍ତ ନ୍ଯାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପୁଲିସ ପ୍ରାଥମିକ ତଦନ୍ତ ପରେ ପ୍ରେମିକା, ପ୍ରେମିକାର ମାଆ, ବାପା ଓ କେତେକ ସଂପର୍କିୟଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି। ଉକ୍ତ ଘଟଣାର ୧୩୫/୨୨ ରେ ଉଦଳା ଥାନା ରେ ଏକ ମାମଲା ରୁଜୁ ହୋଇଛି। ଆଜି ଶବ ବ୍ୟବଚ୍ଛେଦ ହେବ, ରିପୋର୍ଟ ଆସିଲେ ସମସ୍ତ ଘଟଣା ଜଣାପଡିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର