୪ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କଲା ଉଦଳା ପୁଲିସ

ଉଦଳା: ଉଦଳା ପୁଲିସ ଉପଖଣ୍ଡରେ ଦିନକୁ ଦିନ ରାହାଜନୀ, ଛିନତା , ଲୁଟପାଟ୍‌ ଡକାୟତି ବଢିବଢି ଚାଲିଥିବା ବେଳେ ଗତ ରାତିରେ ଉଦଳା ପୋଲିସକୁ ଏକ ବଡ ସଫଳତା ମିଳିଛି । ଉଦଳା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୪ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଉଦଳା ପୁଲିସ । ଉଦଳା- ଜୟପୁର ରାସ୍ତାର ଶ୍ମଶାନ କାଳି ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ […]

ଉଦଳା: ଉଦଳା ପୁଲିସ ଉପଖଣ୍ଡରେ ଦିନକୁ ଦିନ ରାହାଜନୀ, ଛିନତା , ଲୁଟପାଟ୍‌ ଡକାୟତି ବଢିବଢି ଚାଲିଥିବା ବେଳେ ଗତ ରାତିରେ ଉଦଳା ପୋଲିସକୁ ଏକ ବଡ ସଫଳତା ମିଳିଛି । ଉଦଳା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୪ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଉଦଳା ପୁଲିସ । ଉଦଳା- ଜୟପୁର ରାସ୍ତାର ଶ୍ମଶାନ କାଳି ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସତର୍କତା ସହ ଉଦଳା ପୁଲିସ ଚଢାଉ କରିବା ସହିତ ୪ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ଜଣେ ଖସିବାରେ ସଫଳ ହୋଇଥିଲା । ଚଢାଉ ବେଳେ ତାଙ୍କ ନିକଟରୁ ମାରଣାସ୍ତ୍ର ଭୁଜାଲି, ଛୁରି ଓ ଶାବଳ ସହିତ ୫ ଟି ମୋବାଇଲ ଓ ୩ ଟି ବାଇକ ( ୨ଟି ପଲସର ଓ ଗୋଟିଏ ଆପାଚି) ଜବତ କରିବା ସହ ୪୮ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଡକାୟତମଧ୍ୟରୁ ତିନି ଜଣ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା କାଳସାନ୍ଦପୁର ଗ୍ରାମର ବିନୋଦ ଦାସ(୨୩), ସୋରଡା ଥାନା ସାନସୋରଡା ଗ୍ରାମର ରବି ରାଓ(୨୬), ଆସ୍କା ଥାନା ନାରାୟଣପୁର ଗ୍ରାମର ଶିବ ଦାସ (୧୯) ହୋଇଥିବା ବେଳେ ଅନ୍ୟ ଜଣେ ଯାଯପୁର ଜିଲ୍ଲା କୋରେଇ ଥାନା ମୁଣ୍ଡମାଳ ଗ୍ରାମର ଦୀପକ ପ୍ରଧାନ(୧୯) ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି । ଏନେଇ ଉକ୍ତ ଅଭିଯୁକ୍ତଙ୍କୁ ଉଦଳା ଥାନାରେ ୨୫୭/୨୨ ରେ ମାମଲା ରୁଜ୍ଜୁ କରି ଆଜି କୋର୍ଟଚାଲାଣ କରାଯାଇଛି ।

ତେବେ ସୁଚନା ମୁତାବକ, ଏହି ଡକାୟତି ଗ୍ୟାଙ୍ଗ ମୟୁରଭଞ୍ଜ, ବାଲେଶ୍ୱର, ଯାଯପୁର ଓ ଗଞ୍ଜାମ ଜିଲ୍ଲାରେ ୫୦ ରୁ ଉର୍ଦ୍ଧ ରାହାଜାନୀ, ଛିନତାଇ , ଲୁଟପାଟ ଓ ଡକାୟତି ମାମଲାରେ ସମ୍ପୃତି ଥିଲେ। ୧୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଏପର୍ଯ୍ୟନ୍ତ ଲୁଟ କରିଥିବା ତଦନ୍ତରୁ ଜଣାପଡିଥିବା ପୁଲିସ ପ୍ରକାଶ କରିଛି । ତେବେ ଉଦଳା ଥାନା ଅଞ୍ଚଳରୁ ୬ ଟି ରାହାଜାନୀ , ଛିନତାଇ ଓ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ବେଳେ ଜିଲ୍ଲାର ଅନ୍ୟ ଥାନାରେ ୪ ଟି ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ୭ ଟି ମାମଲାରେ ସମ୍ପୃକ୍ତ ଥିବା ସୂଚନା ଦେଇଛି।

ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ଏହି ଦୁଇ ଜିଲ୍ଲାରେ ଲୁଟପାଟ ଚଳାଇଥିବା ବେଳେ ବାଲେଶ୍ୱର ଶିଲ୍ପାଞ୍ଚଳ ଥାନା ଅଞ୍ଚଳରେ ୬ ମାସ ଧରି ରହି ଅସୁଥିବା ଜଣା ପଡିଛି । ଏହି ଗ୍ୟାଙ୍ଗର କେତେ ଜଜଣ ସଦସ୍ୟ ରହିଛନ୍ତି ତଥା କେତେ ଅପରାଧ ଘଟାଇଛନ୍ତି ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହାର ସମସ୍ତ ନେଟୱାର୍କକୁ ଖୋଜି ବାହାର କରିବା ସହ ଡକାୟତ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଗିରଫ କରିବା ପୁଲିସ ଚଢାଉ ଜାରି ରଖିବ ବୋଲି କହିଛି। ଅପରପକ୍ଷରେ ଜବତ ଦୁଇଟି ପଲସର ଓ ଗୋଟିଏ ଆପାଚି ବାକ ମଧ୍ୟ ଚୋରା ବୋଲି ଜଣା ପଡିଛି ଏବଂ ଫେକ୍‌ ନମ୍ବର ବ୍ୟବହାର କରି ଏହି ଡକାୟତି ଦଳ ନିଜର ଲୁଟପାଟ କାର୍ଯ୍ୟ ଚଳାଇ ଆସୁଥିଲେ । ପୁର୍ବରୁ ମଦ ଚୋରା କାରବାର ଅପରାଧ ପାଇଁ ଗିରଫ ହୋଇଥିବା ମଧ୍ୟ ଜଜଣା ପଡିଛି। ତେବେ ଗିରଫ ଡକାୟତ ମାନେ ଆନ୍ତଃ ଜିଲ୍ଲା ବୁଲି ବୁଲି ନିଜର ଅପରାଧିକ କାମକୁ ସଫଳ କରୁଥିବା ବେଳେ ଡିକି ଭାଙ୍ଗି ଟଙ୍କା ଲୁଟ , ରାହାଜାନୀ ଓ ଡକାୟତି ଭଳି କାର୍ଯ୍ୟକୁ ଅନୟାସରେ କରିଆସୁଥିଲେ। ଉଦଲା ଥାନା ଅଧିକାରୀ ନୀରୋଜ ସାମଲଙ୍କ ନେତୃତ୍ୱରେ ଏସ.ଆଇ. ସରୋଜ ଜେନା ସମେତ ହାବିଲଦାର କାରୁହାରି ମାଝୀ, କନେଷ୍ଟନଳ ଏସ.ଆର ମହାନ୍ତ ସମେତ ପୋଲିସ ଫୋର୍ସ ଏହି ଚଢାଉରେ ସମିଲ ହୋଇଥିଲେ ।

 

About The Author: The Sakala