ଫେସ୍‌ବୁକ୍‌ରେ ୟୁଜର୍‌ଙ୍କ ବ୍ୟକ୍ତିଗତ ମେସେଜ୍‌ ପ୍ରଘଟ, ତୃତୀୟ ପକ୍ଷ ଆପ୍ ସହ ହୋଇଛି ସେୟାର

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକର ସାରା ଦୁନିଆର କୋଟି କୋଟି ୟୁଜର୍ସ ରହିଛନ୍ତି। ଅନେକ ସମୟରେ ସଂସ୍ଥା ବିରୋଧରେ ଡାଟା ଲିକ୍ ନେଇ ଅଭିଯୋଗ ମଧ୍ୟ ଆସୁଛି। ପୁଣି ଥରେ ବାର୍ଟର ଡାଟା ଏକ୍ସଚେଞ୍ଜ ସହ ଜଡ଼ିତ ମାମଲାରେ ଚାଲିଥିବା ତଦନ୍ତ ଏବଂ କୋର୍ଟ ଶୁଣାଣିରେ ମିଳିଥିବା ସୂଚନା ୟୁଜର୍ସଙ୍କ ଚିନ୍ତା ବଢାଇଛି। କୋର୍ଟ ଡକ୍ୟୁମେଣ୍ଟରେ ସାମନାକୁ ଆସିଛି ଯେ ଫେସବୁକ୍ ୟୁଜର୍ସଙ୍କ ପ୍ରାଇଭେଟ୍ ମେସେଜକୁ ତୃତୀୟ ପାର୍ଟି ଆପ୍ ସହ ସେୟାର କରିଛି। […]

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକର ସାରା ଦୁନିଆର କୋଟି କୋଟି ୟୁଜର୍ସ ରହିଛନ୍ତି। ଅନେକ ସମୟରେ ସଂସ୍ଥା ବିରୋଧରେ ଡାଟା ଲିକ୍ ନେଇ ଅଭିଯୋଗ ମଧ୍ୟ ଆସୁଛି। ପୁଣି ଥରେ ବାର୍ଟର ଡାଟା ଏକ୍ସଚେଞ୍ଜ ସହ ଜଡ଼ିତ ମାମଲାରେ ଚାଲିଥିବା ତଦନ୍ତ ଏବଂ କୋର୍ଟ ଶୁଣାଣିରେ ମିଳିଥିବା ସୂଚନା ୟୁଜର୍ସଙ୍କ ଚିନ୍ତା ବଢାଇଛି।

କୋର୍ଟ ଡକ୍ୟୁମେଣ୍ଟରେ ସାମନାକୁ ଆସିଛି ଯେ ଫେସବୁକ୍ ୟୁଜର୍ସଙ୍କ ପ୍ରାଇଭେଟ୍ ମେସେଜକୁ ତୃତୀୟ ପାର୍ଟି ଆପ୍ ସହ ସେୟାର କରିଛି। ନିକଟରେ ସର୍ବସାଧରଣରେ ପ୍ରକାଶ ପାଇଥିବା କୋର୍ଟ ଡକ୍ୟୁମେଣ୍ଟକୁ ଯଦି ଭରସା କରାଯାଏ ତେବେ ଡାଟା ଏକ୍ସଚେଞ୍ଜ କରିବା ପାଇଁ ଫେସବୁକ୍ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ୟୁଜର୍ସଙ୍କ ପ୍ରାଇଭେଟ୍ ମେସେଜର ଆକ୍‌ସେସ ଦେଇଛି।

ଗିଜ୍‌ମୋଡୋର ରିପୋର୍ଟରେ କୁହାଯାଇଛି ଯେ ଏହି ଖୁଲାସା ସେତେବେଳେ ହୋଇଛି, ଯେତେବେଳେ ମେଟା ନିଜ ଷ୍ଟ୍ରିମିଂ ବ୍ୟବସାୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଫେସ୍‌ବୁକ୍‌ ୱାଚ୍‌ରେ ରେଡ୍‌ ଟେବୁଲ ଟକ୍‌ ପରି ଓରିଜିନାଲ୍ ସୋ ଅଫର କରାଯାଉଥିଲା। ମେଟା ବିରୋଧରେ ଦାଖଲ କରାଯାଇଥିବା ମାମଲାରେ ଅଭିଯୋଗ କରାଯାଇଛି ଯେ ଏହାର ଷ୍ଟ୍ରିମିଂ ବ୍ୟବସାୟ ବନ୍ଦ କରିବା ନିଷ୍ପତ୍ତି ବିଜ୍ଞାପନ ସହଭାଗୀ ନେଟଫ୍ଲିକ୍ସର ପ୍ରଭାବରେ ଆସି ନିଆଯାଇଛି। ଏଥିରେ ମେଟା ବିରୋଧରେ ପ୍ରତିଯୋଗିତାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଅଭିଯୋଗ ରହିଛି। ଏଥିରେ କୁହାଯାଇଛି ଯେ ଏହି ପ୍ରକାର ଅଭ୍ୟାସରୁ ଭୁଲ ପ୍ରଭାବ ସୋସିଆଲ୍ ମିଡିଆରେ ପ୍ରତିଦ୍ୱନ୍ଦ୍ୱୀ ଏବଂ ୟୁଜର୍ସଙ୍କ ଉପରେ ପଡ଼ୁଛି।

କୋର୍ଟ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ନେଟଫ୍ଲିକ୍ସ ଏବଂ ଫେସବୁକ ମଧ୍ୟରେ ସମ୍ପର୍କ ଭଲ ଥିଲା। ଏହା ଏଥିପାଇଁ କାରଣ ନେଟଫ୍ଲିକ୍ସ ଫେସବୁକ୍ ପ୍ଲାଟଫର୍ମରେ ବିଜ୍ଞାପନ ପାଇଁ ମୋଟ ଅର୍ଥ ଖର୍ଚ୍ଚ କରୁଥିଲା। ଏଥିରେ କୁହାଯାଇଛି ଯେ ୨୦୧୩ ମସିହା ଏବଂ ଏହାପରେ ହୋଇଥିବା ଚୁକ୍ତିନାମା ସହ ଫେସବୁକ୍ ନେଟଫ୍ଲିକ୍ସକୁ ୟୁଜର୍ସଙ୍କ ପ୍ରାଇଭେଟ୍ ମେସେଜ ଆକ୍ସେସ ଦିଆଯାଇଛି।

About The Author: The Sakala