ଟିଭି ପରେ ବଢ଼ିବ ଏୟାରକଣ୍ଡିସନର ମୂଲ୍ୟ : ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକର ମୂଲ୍ୟ ୮% ବଢ଼ିପାରେ

The Sakala Picture
Published On

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଓପନ ପ୍ୟାନେଲ ମୂଲ୍ୟ ବୃଦ୍ଧିକୁ ନେଇ ଏବେ ଏଲଇଡି ଟିଭି ମହଙ୍ଗା ହେବାକୁ ଯାଉଛି। ଟେଲିଭିଜନ ସେଟ୍‌ର ଏକ ମୁଖ୍ୟ ସରଞ୍ଜାମ ଭାବେ ଏହି ଓପନ ପ୍ୟାନେଲ ମୂଲ୍ୟ ମାସକ ମଧ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ଘରୋଇ ବଜାରରେ ଟିଭି ନିର୍ମାତା କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ଏପ୍ରିଲରୁ ଭାରତୀୟ ବଜାରରେ ବିଭିନ୍ନ ବ୍ରାଣ୍ଡର ଏଲଇଡି ଟିଭି ମୂଲ୍ୟ ବୃଦ୍ଧି ଘଟିବାର […]

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଓପନ ପ୍ୟାନେଲ ମୂଲ୍ୟ ବୃଦ୍ଧିକୁ ନେଇ ଏବେ ଏଲଇଡି ଟିଭି ମହଙ୍ଗା ହେବାକୁ ଯାଉଛି। ଟେଲିଭିଜନ ସେଟ୍‌ର ଏକ ମୁଖ୍ୟ ସରଞ୍ଜାମ ଭାବେ ଏହି ଓପନ ପ୍ୟାନେଲ ମୂଲ୍ୟ ମାସକ ମଧ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ଘରୋଇ ବଜାରରେ ଟିଭି ନିର୍ମାତା କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ଏପ୍ରିଲରୁ ଭାରତୀୟ ବଜାରରେ ବିଭିନ୍ନ ବ୍ରାଣ୍ଡର ଏଲଇଡି ଟିଭି ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ଦେଖାଯାଇଛି। ତେବେ କେବଳ ଟିଭି ନୁହେଁ, ଖୁବଶୀଘ୍ର ଏୟାରକଣ୍ଡିସନର(ଏସି) ମୂଲ୍ୟ ମଧ୍ୟ ଘରୋଇ ବଜାରରେ ପୂର୍ବାପେକ୍ଷା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଚଳିତ ଗ୍ରୀଷ୍ମ ଋତୁରେ ଭାରତୀୟ ବଜାରରେ ଏସିର ଚାହିଦା ବୃଦ୍ଧି ଘଟିବା ସହିତ ବ୍ୟାବସାୟିକ ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏସି ନିର୍ମାତାମାନେ ପ୍ରଚଳିତ ମୂଲ୍ୟ ତୁଳନାରେ ୫ ରୁ ୮ ପ୍ରତିଶତ ମୁଲ୍ୟ ବୃଦ୍ଧି କରିବାକୁ ଯାଉଥିବା ଜଣାପଡ଼ିଛି। କରୋନା ପ୍ରଭାବିତ ଅର୍ଥନୀତିକୁ ନେଇ ପୂର୍ବରୁ ବଜାରରେ ମାନ୍ଦା ସୃଷ୍ଟି ହୋଇଥିଲା ବେଳେ ଚଳିତ ଋତୁରେ ଚାହିଦା ବୃଦ୍ଧି କରିବାକୁ ଏହି ଉଦ୍ୟୋଗ କ୍ଷେତ୍ରରେ ପ୍ରୟାସ ଜାରି ରହିଛି। ଏଥିପାଇଁ ବିଭିନ୍ନ କମ୍ପାନୀମାନଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଉତ୍ପାଦରେ କିଛି ଅଧିକ ସୁବିଧା ଯୋଗାଇ ଦିଆଯିବା ସହିତ ଉଚ୍ଚ ଗୁଣବତ୍ତାଭିତ୍ତିକ ଉତ୍ପାଦନ କରାଯାଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏପରିକି କରୋନା କାଳରେ ଅଧିକାଂଶ କ୍ଷେତ୍ରରେ ଲୋକମାନେ ଘରେ ରହି କାର୍ଯ୍ୟ କରୁଥିବାରୁ ନୂତନ ଉତ୍ପାଦଗୁଡିକରେ ସ୍ବାସ୍ଥ୍ୟଜନିତ ସୁବିଧା ଦେବାକୁ ମଧ୍ୟ କମ୍ପାନୀମାନେ ପ୍ରୟାସ କରିଛନ୍ତି। ଏହାକୁ ନେଇ ’ଇନ୍‌ପୁଟ୍‌ କଷ୍ଟ’ ବୃଦ୍ଧି ପାଇଥିବାରୁ ଏସି ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହାବ୍ୟତୀତ ଆନ୍ତର୍ଜାତିକ ବଜାରରେ କଂପ୍ରେସର ମୂଲ୍ୟ ବୃଦ୍ଧି ଘଟିଥିବାରୁ ଘରୋଇ ବଜାରରେ ଏସି ମୂଲ୍ୟ ବଢିବାର ଆଉ ଏକ କାରଣ ହୋଇପାରେ ବୋଲି କୁହାଯାଇଛି। ଭୋଲ୍ଟାଜ୍‌, ଡାଇକିନ୍‌, ଏଲଜି, ପାନାସୋନିକ୍‌, ହେୟର, ବ୍ଲୁ ଷ୍ଟାର ଏବଂ ସାମସଙ୍ଗ ଭଳି ପ୍ରତିଷ୍ଠିତ ବ୍ରାଣ୍ଡଗୁଡିକର ମୂଲ୍ୟ ବୃଦ୍ଧି ଘଟିବା ଏକପ୍ରକାର ନିଶ୍ଚତ ହୋଇଯାଇଛି। ଡାଇକିନ୍‌ ବ୍ରାଣ୍ଡ ଏସି ମୂଲ୍ୟ ୩ ରୁ ୫ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଏହାର ସିଇଓ କନୱାଲ ଜିତ ଜାୱା କହିଥିବା ବେଳେ ଅନ୍ୟ ବ୍ରାଣ୍ଡଗୁଡିକର ମୂଲ୍ୟ ମଧ୍ୟ ୮ ପ୍ରତିଶତ ବୃଦ୍ଧି ଘଟିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର