ଆଫଗାନିସ୍ତାନ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେସବୁକ୍ ଆଣିଲା ନୂଆ ଫିଚର: ୱାନ- କ୍ଲିକ୍ ଟୁଲ

ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ସମସ୍ତ ସୋସିଆଲ ମିଡିଆ ଏବଂ ଟେକ୍ କମ୍ପାନୀ ସେମାନଙ୍କ ବ୍ୟବହାରକାରୀଙ୍କ ପ୍ରତି ସତର୍କ ହୋଇପଡିଛନ୍ତି। କିଛି ଦିନ ପୂର୍ବରୁ ଫେସବୁକ କହିଛି ଯେ, ଆମେରିକାର ଆଇନ ଅନୁଯାୟୀ ତାଲିବାନକୁ ଆତଙ୍କବାଦୀ ବୋଲି ବିବେଚନା କରୁଛି। ଫେସବୁକ କହିଛି ଯେ, ତାଲିବାନ ଏବଂ ଏହାର ସମର୍ଥନରେ ପୋଷ୍ଟିଂ କରଯାଉଥିବା ସମସ୍ତ ଆକାଉଣ୍ଟକୁ ଡିଲିଟ କରିବ। ବର୍ତ୍ତମାନ କମ୍ପାନୀ ଏହା ଆଫଗାନିସ୍ତାନ ବ୍ୟବହାରକାରୀଙ୍କ ପାଇଁ  ୱାନ-କ୍ଲିକ-ଟୁଲ ଫିଚର ଆଣିଛି। ଯାହା ସାହାଯ୍ୟରେ ସେଠାରେ ଥିବା […]

ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ସମସ୍ତ ସୋସିଆଲ ମିଡିଆ ଏବଂ ଟେକ୍ କମ୍ପାନୀ ସେମାନଙ୍କ ବ୍ୟବହାରକାରୀଙ୍କ ପ୍ରତି ସତର୍କ ହୋଇପଡିଛନ୍ତି। କିଛି ଦିନ ପୂର୍ବରୁ ଫେସବୁକ କହିଛି ଯେ, ଆମେରିକାର ଆଇନ ଅନୁଯାୟୀ ତାଲିବାନକୁ ଆତଙ୍କବାଦୀ ବୋଲି ବିବେଚନା କରୁଛି।

ଫେସବୁକ କହିଛି ଯେ, ତାଲିବାନ ଏବଂ ଏହାର ସମର୍ଥନରେ ପୋଷ୍ଟିଂ କରଯାଉଥିବା ସମସ୍ତ ଆକାଉଣ୍ଟକୁ ଡିଲିଟ କରିବ। ବର୍ତ୍ତମାନ କମ୍ପାନୀ ଏହା ଆଫଗାନିସ୍ତାନ ବ୍ୟବହାରକାରୀଙ୍କ ପାଇଁ  ୱାନ-କ୍ଲିକ-ଟୁଲ ଫିଚର ଆଣିଛି। ଯାହା ସାହାଯ୍ୟରେ ସେଠାରେ ଥିବା ଫେସବୁକ୍ ବ୍ୟବହାରକାରୀମାନେ ସେମାନଙ୍କର ପ୍ରୋଫାଇଲ୍ ଲକ୍ କରିପାରିବେ। ଫେସବୁକ ଆଫଗାନିସ୍ତାନ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ଫିଚର ଆଣିଛି ।  ୱାନ-କ୍ଲିକ-ଟୁଲ  ବ୍ୟବହାର କରିବା ପରେ, ଅନ୍ୟ କୌଣସି ଉପଭୋକ୍ତା ସେଠାରେ ଥିବା ଉପଭୋକ୍ତାମାନଙ୍କ ଫ୍ରେଣ୍ଡଲିଷ୍ଟ ଏବଂ ଟାଇମଲାଇନ୍ ଏବଂ ତାଙ୍କର କୌଣସି ତଥ୍ଯ ଦେଖିପାରିବେ ନାହିଁ।


ଫେସବୁକର ସୁରକ୍ଷା ନୀତିର ମୁଖ୍ୟ ନାଥାନିଏଲ ଗ୍ଲାଇଚର କହିଛନ୍ତି ଯେ, ଆଫଗାନିସ୍ତାନରେ ଫେସବୁକରେ ଲୋକଙ୍କ ଫ୍ରେଣ୍ଡ ଲିଷ୍ଟ ଦେଖିବା କିମ୍ବା ଖୋଜି ପାରିବେ ନାହିଁ।  କମ୍ପାନୀ ପକ୍ଷରୁ ଏହାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଆଫଗାନିସ୍ତାନ ବ୍ୟବହାରକାରୀଙ୍କୁ ତାଲିବାନର ସମ୍ଭାବ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଫେସବୁକ୍ ବ୍ୟତୀତ ଲିଙ୍କଡ-ଇନ୍ ମଧ୍ଯ ଆଫଗାନିସ୍ତାନ ବ୍ୟବହାରକାରୀଙ୍କ ତଥ୍ଯକୁ ସମ୍ପୂର୍ଣ୍ଣ ରୁପେ ହାଇଡ କରିଦେଇଛି। ଏହା ବ୍ୟତୀତ ୟୁଟ୍ୟୁବ ମଧ୍ଯ କହିଛି ଯେ, ତାଲିବାନର କୌଣସି  ଚ୍ୟାନେଲକୁ ୟୁଟ୍ୟୁବ ଅନୁମତି ଦେବ ନାହିଁ। କୌଣସି ଭିଡିଓ ପଛରେ ତାଲିବାନର ହାତ ସନ୍ଦେହ ହୁଏ ତେବେ ଉକ୍ତ ଚ୍ୟାନେଲଗୁଡ଼ିକୁ ତୁରନ୍ତ ହଟାଇ ଦିଆଯିବ ।

About The Author: The Sakala