ପୁଣେ : ଏଠାରେ ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ଇଂଲଣ୍ଡ।ଇଂଲଣ୍ଡର କାମଚଳା ଅଧିନାୟକ ଜୋସ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଆହତ ହୋଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ରାହୁଲ ବ୍ୟାଟସମ୍ୟାନ୍ ଭାବେ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଆୟର ଆହତ ହୋଇଥିବାରୁ ସୂର୍ଯ୍ୟ କୁମାର ଯାଦବ ଦିନିକିଆରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ହେଲେ ଟିମ୍ ମ୍ୟାନେଜମେଣ୍ଟ ପନ୍ତଙ୍କ ଉପରେ ଅଧିକ ଭରସା କରିଛି।
୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ଜିତି ଦଳ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଂଲଣ୍ଡ ମଧ୍ୟ ମ୍ୟାଚ୍ ବଞ୍ଚାଇବାକୁ ଲଢେଇ କରିବ । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଏକ ବିଜୟ ସୁଯୋଗ ହାତଛଡ଼ା କରିଥିଲା । ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ସତ୍ତେ୍ୱ ଇଂଲଣ୍ଡ ଜିତିବାରେ ବିଫଳ ହୋଇଥିଲା । ଓପନର ମାନେ ୧୩୫ ରନ୍ର ଭାଗିଦାରୀ ଗଠନ କରିବା ପରେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଶୁକ୍ରବାର ବ୍ୟାଟ୍ସମ୍ୟାନମାନେ ତ୍ରୁଟି ସୁଧାରିଲେ ଇଂଲଣ୍ଡ ବିଜୟ ହାସଲ କରିପାରିବ ।
ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ଲୋକେଶ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା।
ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍(କ୍ୟାପଟେନ୍), ଡାୱିଡ ମଲାନ, ଲିଆମ ଲିଭଙ୍ଗଷ୍ଟୋନ, ମୋଇନ୍ ଅଲୀ, ସାମ୍ କୁରାନ୍, ଟମ୍ କୁରାନ୍, ଆଦିଲ୍ ରଶିଦ୍, ରିସେ ଟୋପଲେ।