ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ର ୧୫ତମ ମ୍ୟାଚ୍ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ଷ୍ଟାହିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡି ଫ୍ଲାସିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୮୨ ରନର ଆବଶ୍ୟକତା ରହିଛି।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ବିଟନ ଡି କକ୍ ୫୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୧୪ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଦେବୁଦତ ପାଦିକଲ ୧୧ ବଲରେ ୬ ରନ କରି ଆଉଟ ହୋଇଥିଲେ। ମାର୍କସ ଷ୍ଟଇନିସ ୧୫ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଆୟୁବ ବଦୋନି ୩ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ।ନିକୋଲସ ପୁରନ ୨୧ ବଲରେ ୪୦ ରନ କରି ଅପରାଜିତ ରହିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ ୨ଟି ୱିକେଟ ନେଇଥିଲେ। ରିସ୍ ଟପଲେ, ୟଶ ଦୟାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।