ଆଇପିଏଲ୍ ୨୦୨୪: ହାଇଦ୍ରାବାଦର ଦମଦାର ବ୍ୟାଟିଂ, ମୁମ୍ବାଇକୁ ଦେଲା ୨୭୮ ରନର ଟାର୍ଗେଟ୍

ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍  ଏବଂ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ନିର୍ଦ୍ଧାରିତ ଓଭରରେ ୩ ୱିିିିିିିିିିିିିିିିିିିିିିିକେଟ ହରାଇ ୨୭୭ ରନ କରିଛି। ଏହି […]

ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍  ଏବଂ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ନିର୍ଦ୍ଧାରିତ ଓଭରରେ ୩ ୱିିିିିିିିିିିିିିିିିିିିିିିକେଟ ହରାଇ ୨୭୭ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭୮ ରନର ଆବଶ୍ୟକତା ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ୨୪ ବଲରେ ୬୨ ରନ କରି ଟ୍ରାଭିସ୍ ହେଡ ଆଉଟ ହୋଇଥିଲେ। ମାୟଙ୍କ ଅଗ୍ରୱାଲ ୧୩ ବଲରେ ୧୧ ରନ କରି ଆଉଟ ହୋଇଥିଲେୟ ଅଭିଷେକ ଶର୍ମା ମଧ୍ୟ ଏକ ଧୂଆଁଦାର ଇଂନିସ ଖେଳିଥିେଲେ। ୨୩ ବଲରେ ୬୩ ରନ କରି ଅଭିଷେକ ଶର୍ମା ଆଉଟ ହୋଇଥିଲେ। ପରେ ପାରିକୁ ଆଡେନ ମାର୍କ୍ରାମ  ଓ ହେନ୍ରିଚ କ୍ଲାସେନ ସମ୍ଭାଳିଥିଲେ। ହେନ୍ରିଚ କ୍ଲାସେନ ମଧ୍ୟ ଏକ ଦମଦାର ଇଂନିସ ଖେଳିଥିଲେ। କ୍ଲାସେନ ୩୪ ବଲରେ ୮୦ ରନ କରି ଅପରଜାରିତ ରହିଥିବାବେଳେ ଆଡେନ ମାର୍କ୍ରାମ ୨୮ ବଲରେ ୪୨ ରନ କରି ଅପରାଜିତ ରହିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜେରାଲ୍ଡ କୋଟେଜୀ, କ୍ୱେନା ମାଫାକା ଓ  ପୀୟୁଷ ଚାୱଲା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

About The Author: The Sakala