ବଦଳିଲା କାର୍ଯ୍ୟସୂଚୀ, ଜୁଲାଇ ୧୩ ନୁହେଁ ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

The Sakala Picture
Published On

ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା। ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ […]

ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା। ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଏହି ସିରିଜ୍ ଜୁଲାଇ ୧୩ ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବିସିସିଆଇ ଆନୁଷ୍ଠାନିକ ଭାବେ ଆଜି ନୂଆ କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରଥମ ଦିନିକିଆ ଜୁଲାଇ ୧୮ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୨୦ରେ ଏବଂ ଶେଷ ମ୍ୟାଚ୍ ଜୁଲାଇ ୨୩ରେ ଖେଳାଯିବ । ଏଥି ସହିତ ୨୫, ୨୭ ଏବଂ ୨୯ ଜୁଲାଇରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ, ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯାଇଥାଆନ୍ତା । ଦ୍ୱିତୀୟ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୮ରେ ଅନୁଷ୍ଠିତ ହୋଇଥାନ୍ତା | ଏହା ପରେ ଟି-୨୦ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଗତ ତିନି ଦିନ ମଧ୍ୟରେ ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବାର୍ ଏବଂ ଡାଟା ଆନାଲିଷ୍ଟ ଜି.ଟି ନିରୋଶନଙ୍କୁ କରୋନା ପଜିଟିଭ୍ ହେବା ପରେ ବିସିସିଆଇ ଏବଂ କ୍ରିକେଟ୍ ଶ୍ରୀଲଙ୍କା ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

10 Jul 2021 By The Sakala

ବଦଳିଲା କାର୍ଯ୍ୟସୂଚୀ, ଜୁଲାଇ ୧୩ ନୁହେଁ ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା। ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଏହି ସିରିଜ୍ ଜୁଲାଇ ୧୩ ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା ।

ବିସିସିଆଇ ଆନୁଷ୍ଠାନିକ ଭାବେ ଆଜି ନୂଆ କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରଥମ ଦିନିକିଆ ଜୁଲାଇ ୧୮ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୨୦ରେ ଏବଂ ଶେଷ ମ୍ୟାଚ୍ ଜୁଲାଇ ୨୩ରେ ଖେଳାଯିବ । ଏଥି ସହିତ ୨୫, ୨୭ ଏବଂ ୨୯ ଜୁଲାଇରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।

ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ, ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯାଇଥାଆନ୍ତା । ଦ୍ୱିତୀୟ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୮ରେ ଅନୁଷ୍ଠିତ ହୋଇଥାନ୍ତା | ଏହା ପରେ ଟି-୨୦ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଗତ ତିନି ଦିନ ମଧ୍ୟରେ ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବାର୍ ଏବଂ ଡାଟା ଆନାଲିଷ୍ଟ ଜି.ଟି ନିରୋଶନଙ୍କୁ କରୋନା ପଜିଟିଭ୍ ହେବା ପରେ ବିସିସିଆଇ ଏବଂ କ୍ରିକେଟ୍ ଶ୍ରୀଲଙ୍କା ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

https://www.thesakala.in/sports/india-vs-sri-lanka-series-rescheduled/article-3639
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର