ମନୋରଞ୍ଜନ
ଓଡ଼ିଶା
ଆଇପିଏଲ ୨୦୨୨: ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୧୫୦ ରନର ଟାର୍ଗେଟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ: ଚଳିତ ଆଇପିଏଲ୍ର ୧୫ତମ ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାୟଣ୍ଟସର ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ଯଟିଂ କରି ୧୪୯ ରନ କରିଛି। ଏହି ମ୍ଯାଚକୁ ସୁପରଜାଏଣ୍ଟ୍ସ ଜିତିବାକୁ ହେଲେ ୧୫୦ ରନର ଆବଶ୍ଯକତା ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ଵୀ ଶ ଏକ ଧୂଆଦାର ଇଂନିସ ଖେଳିଥିଲେ। ପୃଥ୍ଵୀ ଶ ୩୪ ବଲରେ ୬୧ ରନ […]
ମୁମ୍ବାଇ: ଚଳିତ ଆଇପିଏଲ୍ର ୧୫ତମ ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାୟଣ୍ଟସର ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ଯଟିଂ କରି ୧୪୯ ରନ କରିଛି। ଏହି ମ୍ଯାଚକୁ ସୁପରଜାଏଣ୍ଟ୍ସ ଜିତିବାକୁ ହେଲେ ୧୫୦ ରନର ଆବଶ୍ଯକତା ରହିଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ଵୀ ଶ ଏକ ଧୂଆଦାର ଇଂନିସ ଖେଳିଥିଲେ। ପୃଥ୍ଵୀ ଶ ୩୪ ବଲରେ ୬୧ ରନ କରି ଆଉଟ ହୋଇଥିଲେ। ଡେଭିଡ ଓ୍ଵାର୍ଣ୍ଣର ୧୨ ବଲରେ ୪ ରନ କରି ଆଉଟ ହୋଇଥିଲେ। ରୋଭମାନ ପାଓ୍ଵେଲ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶେଷ ପର୍ଯ୍ଯନ୍ତ ଅଧିନାୟକ ଋଷଭ ପନ୍ତ ଓ ସରଫରାଜ ଖାନ ସମ୍ଭାଳିଥିଲେ। ଋଷଭ ପନ୍ତ ୩୯ ଓ ସରଫରାଜ ୩୬ ରନ କରି ଅପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ ୨ ୱିକେଟ ନେଇଥିବା ବେଳେ କୃଷ୍ଣାପା ଗୋଥାମ ଗୋଟିଏ ୱିକେଟ ନେଇଥିଲେ।






