ମହାଶିବରାତ୍ରୀ, ଜାଣନ୍ତୁ ଏହି ଦିନର କ’ଣ ରହିଛି ମହତ୍ତ୍ବ…

ମହାଶିବରାତ୍ରୀ ହେଉଛି ଦେବ ଦେବ ମହାଦେବଙ୍କ ଆରାଧନାର ବିଶେଷ ଦିନ। ଏହିଦିନର ଖୁବ୍‌ ମହତ୍ତ୍ବ ରହିଛି। ଶିବ ପୁରାଣ ଅନୁସାରେ, ମହାଶିବରାତ୍ରୀରେ ଭଗବାନ ଶିବ ସୃଷ୍ଟି, ସ୍ଥିତି ଓ ପ୍ରଳୟର ମହାତାଣ୍ଡବ ନୃତ୍ୟ କରିଥିଲେ। ଏହିଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମଧ୍ୟ କୁହାଯାଏ। ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା, ଭକ୍ତି ତଥା ନିଷ୍ଠାରେ ପାଳନ କରନ୍ତି। ଅନେକ ଭକ୍ତ ନିର୍ଜଳା ଉପବାସ କରି ଜାଗର ବ୍ରତ […]

ମହାଶିବରାତ୍ରୀ ହେଉଛି ଦେବ ଦେବ ମହାଦେବଙ୍କ ଆରାଧନାର ବିଶେଷ ଦିନ। ଏହିଦିନର ଖୁବ୍‌ ମହତ୍ତ୍ବ ରହିଛି। ଶିବ ପୁରାଣ ଅନୁସାରେ, ମହାଶିବରାତ୍ରୀରେ ଭଗବାନ ଶିବ ସୃଷ୍ଟି, ସ୍ଥିତି ଓ ପ୍ରଳୟର ମହାତାଣ୍ଡବ ନୃତ୍ୟ କରିଥିଲେ। ଏହିଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମଧ୍ୟ କୁହାଯାଏ।

ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା, ଭକ୍ତି ତଥା ନିଷ୍ଠାରେ ପାଳନ କରନ୍ତି। ଅନେକ ଭକ୍ତ ନିର୍ଜଳା ଉପବାସ କରି ଜାଗର ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶୈବପୀଠଗୁଡ଼ିକ ଉତ୍ସବମୁଖର ହୋଇଥାଏ। ସର୍ବତ୍ର ଗୁଞ୍ଜରିତ ହେଉଥାଏ ଶିବ ପଞ୍ଚାକ୍ଷରୀ ମନ୍ତ୍ର। ଶ୍ରଦ୍ଧାଳୁମାନେ ଶିବଲିଙ୍ଗରେ ଗଙ୍ଗାଜଳ, କ୍ଷୀର, ବେଲପତ୍ର,ଫୁଲ ଫଳମୂଳ ଆଦି ଚଢ଼ାଇ ପୂଜାର୍ଚ୍ଚନା କରିଥାନ୍ତି। ବର୍ଷକର ଏହିଦିନରେ ହିଁ ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ।ଏହିଦିନ ଭକ୍ତମାନେ ରାତ୍ରି ଉଜାଗର ରହି ଦୀପ ପ୍ରଜ୍ବଳନ କରୁଥିବାରୁ ଏହାକୁ ‘ଜାଗର’ ବୋଲି କୁହାଯାଏ।

ଭକ୍ତମାନେ ବିଳମ୍ବିତ ରାତ୍ରିରେ ମହାଦୀପ ଦର୍ଶନ ପୂର୍ବକ ବ୍ରତ ସମାପନ କରିଥାନ୍ତି। ଶିବ ହେଲେ ମଙ୍ଗଳମୟ। ମହାଶିବରାତ୍ରୀ ଭଳି ଦିନରେ ତାଙ୍କ ଉପାସନାରେ ଭୋଳାଶଙ୍କର ପ୍ରସନ୍ନ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂରଣ କରିଥାନ୍ତି ବିଶ୍ବାସ ରହିଛି।

About The Author: The Sakala