ରାତି ପାହିଲେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା; ଟ୍ରାଫିକ କଟକଣା ଜାରି କଲେ କମିଶନରେଟ ପୁଲିସ, ଜାଣନ୍ତୁ କିଏ କେଉଁବାଟେ ଯିବେ

ମାଉସୀ ମା’ ପାର୍ଶ୍ବ ଦେଇ ରଥରୋଡ଼କୁ ଯାଉଥିବା ୪ଚକିଆ ଯାନଗୁଡିକୁ ଛଡାଯିବନି। ଉକ୍ତ ଗାଡ଼ିଗୁଡିକ ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ହୋଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ। ଭିଆଇପି ଗାଡ଼ିଗୁଡିକ ରଥରୋଡ଼ରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ଦେଇ ପାର୍କିଂ କରିପାରିବେ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରୁ ଚାରିଚକିଆ ଗାଡିଗୁଡିକ କେଦାରଗୌରୀ […]

ମାଉସୀ ମା’ ପାର୍ଶ୍ବ ଦେଇ ରଥରୋଡ଼କୁ ଯାଉଥିବା ୪ଚକିଆ ଯାନଗୁଡିକୁ ଛଡାଯିବନି। ଉକ୍ତ ଗାଡ଼ିଗୁଡିକ ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ହୋଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ।

ଭିଆଇପି ଗାଡ଼ିଗୁଡିକ ରଥରୋଡ଼ରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ଦେଇ ପାର୍କିଂ କରିପାରିବେ।

ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରୁ ଚାରିଚକିଆ ଗାଡିଗୁଡିକ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ। ସେହିପରି ଦୁଇ ଚିକିଆ ଯାନଗୁଡିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିର ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାର୍ଶ୍ବରେ ପାର୍କିଂ କରିପାରିବେ।

ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଇଲେକେଟ୍ରିକ ସବ୍‍ଷ୍ଟେସନ ଚକ ଦେଇ ବିଏମ୍‍ସି ମାର୍କେଟ୍‍ କମ୍ପେ୍ଲକ୍ସ ପାର୍କିଂ ସ୍ଥାନକୁ ଛଡାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡିକ ପାର୍କିଂ କରିପାରିବେ।

କେଉଟ ସାହି ପଟରୁ ଆସୁଥିବା ଗାଡ଼ିଗୁଡିକ କେଦାରଗଳି ତାରିଣୀ ରିସର୍ଟ ଓ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମ୍‍ସି ମାର୍କେଟ କମ୍ପେ୍ଲକ୍ସ ପାର୍କିଂ ସ୍ଥାନକୁ ଛଡାଯିବ।ସେଠରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡିକ ପାର୍କିଂ କରିପାରିବେ।

ଦକ୍ଷିଣକାଳୀ ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତାପଟରୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ସେହିପରି ରଥରୋଡରୁ ଆସୁଥିବା ସମସ୍ତ ଦୁଇ ଚିକିଆ ଗାଡ଼ିଗୁଡିକ ବଢ଼େଇବାଙ୍କ ଦେଇ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ପଡ଼ିଆରେ ପାର୍କିଂ କରିବେ।

ପୁନାମା ଗେଟ ପଟରୁ ଆସୁଥିବା ସମସ୍ତ ୪ଚକିଆ ଗାଡ଼ିକୁ ଜାମ୍ବେଶ୍ୱର ପାଟଣା ଛକରୁ ବଢ଼େଇବାଙ୍କ ଆଡକୁ ଛଡାଯିବନି। ସେହି ଗାଡ଼ିଗୁଡିକ ଆର ଆଇ ଅଫିସ ପଡ଼ିଆରେ ପାର୍କିଂ କରିପାରିବେ। ସେହିଦିଗରୁ ଦୁଇଚକିଆ ଗାଡ଼ିଗୁଡିକ ବଢ଼େଇବାଙ୍କ ଦେଇ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ପଡ଼ିଆରେ ପାର୍କିଂ କରିବେ।

ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡକୁ କୌଣସି ଯାନ ଛଡାଯିବ ନାହିଁ। ହାଟସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପ ଠାରୁ ବଢ଼େଇବାଙ୍କ ଓ ସିଂହଦ୍ୱାର ଠାରୁ ଇଲେକଟ୍ରିକ ସବ୍‍ଷ୍ଟେସନ ବନ୍ଦ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡିକୁ ପଥଚାରୀ ଜୋନ୍‍ ଭାବେ ଘୋଷଣା କରାଯାଇଛି।

କେବଳ ଭିଆଇପି ଗାଡ଼ିଗୁଡିକ ଉତ୍ତର ଦ୍ୱାର ଦେଇ ସାମ୍‍ନାରେ ଥିବା ନିର୍ଦ୍ଧାରିତ ସ୍ଥାନ (ରଥଖଳା ଓ ବଢ଼େଇବାଙ୍କ ମଧ୍ୟରେ) ପାର୍କିଂ ହେବ। ବସ୍‍ଗୁଡିକ ଗ୍ୟାରେଜ ଛକରୁ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମ୍‍ସି ମାର୍କେଟ୍‍ କମ୍ପେ୍ଲକ୍ସର ପାର୍କିଂସ୍ଥଳରେ ଗାଡ଼ି ରହିବ।

About The Author: The Sakala