ରନ୍‌ୱେରେ ଉଡାଜାହାଜକୁ ଧକ୍କା ମାରି ଆଗକୁ ଗଡାଇଲେ ଲୋକେ, ଭାଇରାଲ ହେଉଛି ଭିଡ଼ିଓ

କୌଣସି କାରଣ ପାଇଁ ମଝି ରାସ୍ତାରେ ଗାଡ଼ି ଖରାପ ହୋଇଗଲେ, ତାକୁ ଧକ୍କା ଦେଇ ଚଳାଇବାକୁ ହୁଏ । ଏହା ସାଧାରଣ କଥା । କିନ୍ତୁ କୌଣସି ଉଡ଼ାଜାହାଜକୁ ଧକ୍କା ମାରି ଚଳାଇବା ଖବର ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଓ ନିଆରା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ରନ୍‌ୱେରେ ଥିବା ଏକ ଉଡ଼ାଜାହାଜକୁ ଧକ୍କା ମାରି ସେହି ସ୍ଥାନରୁ ହଟାଉଛନ୍ତି […]

କୌଣସି କାରଣ ପାଇଁ ମଝି ରାସ୍ତାରେ ଗାଡ଼ି ଖରାପ ହୋଇଗଲେ, ତାକୁ ଧକ୍କା ଦେଇ ଚଳାଇବାକୁ ହୁଏ । ଏହା ସାଧାରଣ କଥା । କିନ୍ତୁ କୌଣସି ଉଡ଼ାଜାହାଜକୁ ଧକ୍କା ମାରି ଚଳାଇବା ଖବର ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଓ ନିଆରା। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ରନ୍‌ୱେରେ ଥିବା ଏକ ଉଡ଼ାଜାହାଜକୁ ଧକ୍କା ମାରି ସେହି ସ୍ଥାନରୁ ହଟାଉଛନ୍ତି | ନେପାଳର ଏୟାର୍‌ପୋର୍ଟ ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।

ଖବର ଅନୁଯାୟୀ, ଉକ୍ତ ଉଡ଼ାଜାହାଜଟି ଲ୍ୟାଣ୍ଡିଙ୍ଗ କରିବା ସମୟରେ ତା’ର ପଛପାଖ ଚକଟି ଫାଟି ଯାଇଥିଲା । ଏହି କାରଣ ପାଇଁ ଉଡ଼ାଜାହାଜଟି ହଟିପାରିନଥିଲା ଏବଂ ରନ୍‌ୱେକୁ ମାଡ଼ି ବସିଥିଲା। ସେହି ରନ୍‌ୱେରେ ଆଉ ଏକ ଉଡ଼ାଜାହାଜ ଲ୍ୟାଣ୍ଡିଂ କରିବା ପାଇଁ ଅପେକ୍ଷାରତ ଥିଲା । ତେଣୁ ପୂର୍ବ ଉଡ଼ାଜାହାଜକୁ ଏୟାର୍‌ପୋର୍ଟର ସୁରକ୍ଷା କର୍ମୀ ପମ୍ପଚର୍ ଗାଡ଼ି ଭଳି ଧକ୍କା ଦେଇ ଆଗକୁ ନେଇଥିଲେ । ଏହା ଦେଖିବା ପରେ ବିମାନରେ ଥିବା ୨୦ଜଣ ଯାତ୍ରୀ ମଧ୍ୟ ଏହି କାମରେ ସାହାଯ୍ୟ କରିଥିଲେ।

ଏହି ଭିଡିଓକୁ ସେୟାର୍ କରିଥିବା ଜଣେ ସୋସିଆଲ୍ ମିଡିଆ ୟୁଜର୍ସ କ୍ୟାପସନ୍‌ରେ ଲେଖିଛନ୍ତି ଯେ – ‘କେବଳ ନେପାଳରେ ଏମିତି ହୋଇପାରିବ ।’ ନେପାଳର ତାରା ଏୟାର୍, ‘ୟତି ଏୟାର୍‌ଲାଇନ୍ସ’ର ସିଷ୍ଟର୍‌ କମ୍ପାନି । ୟତି ଏୟାରଲାଇନ୍ସର ପ୍ରବକ୍ତା ଏ ସମ୍ପର୍କରେ କହିଛନ୍ତି ଯେ ‘ତାରା ଏୟାର୍’ର ଉଡ଼ାଜାହାଜ ୯ଏନ୍- ଏଇଭି ବାଜୁରା ଏୟାର୍‌ପୋର୍ଟରେ ଅବତରଣ କରିବା ସମୟରେ ଟାୟାର ଫାଟି ଯାଇଥିଲା। ସେହି ସମୟରେ ଆଉ ଏକ ଉଡ଼ାଜାହାଜ ଲ୍ୟାଣ୍ଡିଂ କରିବା ପାଇଁ ଥିଲା । ତେଣୁ ଏୟାର୍‌ପୋର୍ଟ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ଅନେକ ମଜାଦାର କମେଣ୍ଟ ଆସିବାରେ ଲାଗିଛି।

About The Author: The Sakala