ପାକିସ୍ତାନର କରାଚୀରେ ଭୟଙ୍କର ବିସ୍ଫୋରଣ: ୧୧ ମୃତ, ୧୨ ଆହତ

କରାଚୀ: ବିସ୍ଫୋରଣରେ ଥରିଲା ପାକିସ୍ତାନ । କରାଚିର ଶେରଶାହ ପାରାଚା ଚୌକ୍ ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାିଛି । କୁହାଯାଉଛି ଯେ ଏହି ବିସ୍ଫୋରଣ ଏକ ଘରୋଇ ବ୍ୟାଙ୍କ ନିକଟରେ ଥିବା ସାଇଟ ଅଞ୍ଚଳରେ ଘଟିଥିଲା, ଯେଉଁ କାରଣରୁ ଏହି ଅଞ୍ଚଳରେ ଅବସ୍ଥିତ ଅନ୍ୟ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଥିଲା। ଖବର ପାଇ […]

କରାଚୀ: ବିସ୍ଫୋରଣରେ ଥରିଲା ପାକିସ୍ତାନ । କରାଚିର ଶେରଶାହ ପାରାଚା ଚୌକ୍ ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାିଛି । କୁହାଯାଉଛି ଯେ ଏହି ବିସ୍ଫୋରଣ ଏକ ଘରୋଇ ବ୍ୟାଙ୍କ ନିକଟରେ ଥିବା ସାଇଟ ଅଞ୍ଚଳରେ ଘଟିଥିଲା, ଯେଉଁ କାରଣରୁ ଏହି ଅଞ୍ଚଳରେ ଅବସ୍ଥିତ ଅନ୍ୟ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଘଟଣା ସ୍ଥଳରେ ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଏହି ବିସ୍ଫୋରଣ ଏକ ବ୍ୟାଙ୍କ ପାଖରେ ଯାଇଥିବା ନାଳ ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ନାଳ ସଫା କରାଯାଉଥିଲା । ପୂର୍ବରୁ ଏନେଇ ନୋଟିସ ମଧ୍ୟ ଲଗାଯାଇଥିଲା । ଏହି ସମୟରେ ଏକ ବିସ୍ଫୋରଣ ଘଟିଥିଲା । ଯଦ୍ୱାରା ପାଖରେ ଥିବା ଏକ ବ୍ୟାଙ୍କ ଓ ଏକ ପେଟ୍ରୋଲ ପମ୍ପରେ ବ୍ୟାପକ କ୍ଷତି ଘଟିଛି ।

ପୋଲିସ ଅନୁମାନ କରିଛି ଯେ, କେନାଲ ଭିତରେ କିଛି ବିସ୍ଫୋରକ ସାମଗ୍ରୀ କିମ୍ବା ଗ୍ୟାସ ରହିଥିଲା । ଯଦ୍ୱାରା ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ସୂଚନା ପାଇବା ମାତ୍ରେ ତୁରନ୍ତ ବିସ୍ଫୋରକ ନିରୋଧି ଗ୍ୟାଙ୍ଗ ପହଁଚିଥିଲା । ଘଟଣାସ୍ଥଳର ଚତୁଃର୍ପାଶ୍ୱକୁ ଘେରାବନ୍ଦୀ କରାଯାଇଥିଲା । ଉକ୍ତ ସ୍ଥାନରେ ଥିବା ଗାଡ଼ି ମଟର ଆଦି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିରହିଥିବାବେଳେ ଆବର୍ଜନା ମଧ୍ୟ ଅନ୍ୟତ୍ର ପଡ଼ିଥିବା କହିଛନ୍ତି ପୋଲିସ ଅଧିକାରୀ । ତେବେ କାହିଁକି ଓ କେଉଁ କାରଣରୁ ଏହି ଘଟଣା ଘଟିଛି ଏବଂ ଏହା ପଛରେ କାହାର ହାତ ରହିଛି କି ନାହିଁ, ତାହାର କାରଣ ଖୋଜୁଛି ଏକ ତଦନ୍ତକାରୀ ଟିମ୍ ।

About The Author: The Sakala