ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବା କ୍ଷେତ୍ରରେ କବାଟ ଓ ଝରକାର ଗୁରୁତ୍ବ ଅଧିକ। ତେଣୁ ବାସ୍ତୁ ଶାସ୍ତ୍ରରେ ଝରକା ଓ କବାଟ ସମ୍ପର୍କିତ କିଛି ବାସ୍ତୁ ନିୟମ ରହିଛି। ସେହିସବୁ ନିୟମଗୁଡ଼ିକ ହେଉଛି –
-
ପଶ୍ଚିମ ଓ ଦକ୍ଷିଣ ଦିଗରେ ଝରକା ନିର୍ମାଣ କରିବାକୁ ଚାହୁଁଥିଲେ, ଝରକାର ଆକାର ଛୋଟ ରଖନ୍ତୁ।
-
ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧିକ ଚଉଡ଼ା ଓ ଖୋଲାସ୍ଥାନ ଥିଲେ, ସେଠାରେ ଝରକା ନିର୍ମାଣ କରିବା ଉଚିତ ନୁହେଁ।
-
ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବଡ଼ ଝରକା ନିର୍ମାଣ କରନ୍ତୁ। ପୂର୍ବ ଦିଗରୁ ସୂର୍ଯ୍ୟରଶ୍ମି ଓ ତାଜା ପବନ ଘର ଭିତରକୁ ଆସିବା ଦ୍ବାରା ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।
-
ବାସ୍ତୁ ନିୟମ ଅନୁଯାୟୀ, ଘରର ଝରକା ସଂଖ୍ୟା ୪,୬, ୮ ଓ ୧୦ ଭଳି ସମ ସଂଖ୍ୟାରେ ନିର୍ମାଣ କରନ୍ତୁ। ବିସମ ସଂଖ୍ୟାରେ ଝରକା ରହିବା ଶୁଭ ହୋଇ ନଥାଏ।
-
ଝରକା ଘର ଭିତରକୁ ଖୋଲିବା ଉଚିତ ଏବଂ ଝରକାରେ ଥିବା ଆବରଣ ଦୁଇ ଭାଗରେ ବିଭକ୍ତ ହେବା ଆବଶ୍ୟକ।
-
ଦକ୍ଷିଣ ପଶ୍ଚିମ ଦିଗରେ ଝରକା ରହିବା ଶୁଭ ନୁହେଁ। ଏଭଳି କରିବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।