ବିଶ୍ୱର ଏପରି ଏକ ଗ୍ରାମ ଯେଉଁଠି ଝିଅମାନେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପାଲଟି ଯାଆନ୍ତି ପୁଅ

ବିଶ୍ବରେ ଅନେକ ବୈଚିତ୍ରମୟ ଘଟଣା ଘଟିଥାଏ। ଯାହାକୁ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରନ୍ତି ନାହିଁ । କେଉଁଠି ରହସ୍ୟମୟ ଝରଣା ବହୁଛି ତ, କେଉଁଠି ସବୁବେଳେ ଯାଆଁଳା ଶିଶୁ ଜନ୍ମ ହୋଇଥା’ନ୍ତି। ଏହିଭଳି କିଛି ରହସ୍ୟମୟ ଘଟଣା ଘଟେ, ଡୋମିନିକାନ୍ ରିପବ୍ଲିକ୍ ଦେଶରେ। ଏଠାରେ ଥିବା ଲା ସୋଲିନାସ୍ ଗ୍ରାମରେ ଝିଅମାନେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପୁଅ ପାଲଟି ଯାଆନ୍ତି। ସେମାନଙ୍କର ଲିଙ୍ଗଗତ ପରିବର୍ତ୍ତନ ହୋଇଥାଏ। ତେଣୁ ଆଖପାଖର ଲୋକେ ଏହାକୁ ଅଭିଶପ୍ତ ଗାଁ କୁହନ୍ତି। […]

ବିଶ୍ବରେ ଅନେକ ବୈଚିତ୍ରମୟ ଘଟଣା ଘଟିଥାଏ। ଯାହାକୁ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରନ୍ତି ନାହିଁ । କେଉଁଠି ରହସ୍ୟମୟ ଝରଣା ବହୁଛି ତ, କେଉଁଠି ସବୁବେଳେ ଯାଆଁଳା ଶିଶୁ ଜନ୍ମ ହୋଇଥା’ନ୍ତି। ଏହିଭଳି କିଛି ରହସ୍ୟମୟ ଘଟଣା ଘଟେ, ଡୋମିନିକାନ୍ ରିପବ୍ଲିକ୍ ଦେଶରେ। ଏଠାରେ ଥିବା ଲା ସୋଲିନାସ୍ ଗ୍ରାମରେ ଝିଅମାନେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ପୁଅ ପାଲଟି ଯାଆନ୍ତି। ସେମାନଙ୍କର ଲିଙ୍ଗଗତ ପରିବର୍ତ୍ତନ ହୋଇଥାଏ। ତେଣୁ ଆଖପାଖର ଲୋକେ ଏହାକୁ ଅଭିଶପ୍ତ ଗାଁ କୁହନ୍ତି। ଏପରିକି ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହି ରହସ୍ୟର ସମାଧାନ କରିପାରି ନାହାଁନ୍ତି। ୧୨ ବର୍ଷ ବୟସ ହେଉ ହେଉ ଝିଅମାନେ ହଠାତ୍ ପୁଅହୋଇଯାନ୍ତି। ଏଭଳି ପିଲାମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ‘ଗ୍ବେଦୋଚେ’ କୁହାଯାଏ । ଏହି କାରଣରୁ ସ୍ଥାନୀୟ ଲୋକମାନେ ବିଶ୍ବାସ କରନ୍ତି ଯେ, ଗ୍ରାମଟିରେ ଅଦୃଶ୍ୟ ଶକ୍ତିର ପ୍ରଭାବ ଅଛି । ଆଜି ବି ଏହି ଗ୍ରାମରେ ଯଦି ଝିଅଟିଏ ଜନ୍ମ ନିଏ, ଲୋକମାନେ ଶୋକ ମନାନ୍ତି। ଏହା ଏକ ପ୍ରକାର ରୋଗ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ, ଏହି କାରଣରୁ ଏଠାରେ ଝିଅଙ୍କ ସଂଖ୍ୟା ବହୁତ କମ୍ । ସମୁଦ୍ରକୂଳରେ ଅବସ୍ଥିତ ଏହି ଗ୍ରାମଟିର ଜନସଂଖ୍ୟା ପ୍ରାୟ ୬ ହଜାର। ଏହି ଅନନ୍ୟ ଆଶ୍ଚର୍ଯ୍ୟ ହେତୁ, ସମଗ୍ର ବିଶ୍ବର ଅନୁସନ୍ଧାନକାରୀଙ୍କ ଅନୁସନ୍ଧାନର କେନ୍ଦ୍ରସ୍ଥଳୀ ପାଲଟିଛି ଲା ସୋଲିନାସ୍ ଗ୍ରାମ। ଅନ୍ୟପକ୍ଷରେ, ଡାକ୍ତରମାନେ କହିଛନ୍ତି ଯେ ଏହା ହେଉଛି ଏକ ପ୍ରକାର ବଂଶଗତ ରୋଗ । ସ୍ଥାନୀୟ ଭାଷାରେ, ଏହି ରୋଗରେ ପୀଡ଼ିତ ପିଲାମାନଙ୍କୁ ‘ସୁଡୋହର୍ମାଫ୍ରଡାଇଟ୍’ କୁହାଯାଏ। ଏହି ରୋଗରେ ଆକ୍ରାନ୍ତ ସମସ୍ତ ଝିଅ ୧୨ ବର୍ଷ ବୟସରେ ପହଞ୍ଚୁ ପହଞ୍ଚୁ ସେମାନଙ୍କ ଶରୀର ପୁରୁଷଙ୍କ ଭଳି ହୋଇଯାଏ। ସ୍ୱଭାବ, ଆଚାର ବ୍ୟବହାର ଆଦି ସବୁ କିଛି ପରିବର୍ତ୍ତନ ହୋଇଯାଏ | ଗ୍ରାମର ୯୦ ଜଣ ପିଲାଙ୍କ ମଧ୍ୟରୁ ଜଣେ ଏହି ବିରଳ ରୋଗର ଶିକାର ହୋଇଥାନ୍ତି।

About The Author: The Sakala