ପଞ୍ଜାବରେ ବିଧିନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜୀତ ସିହଂ ଚନ୍ନୀ ଆଜି କୃଷକଙ୍କ ଋଣ ଛାଡ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କୃଷକଙ୍କ ୨ ଲକ୍ଷ ପର୍ଯ୍ଯନ୍ତ ଋଣ ଛାଡ କରାଯିବ । ଏହାସହ ଭୂମିହୀନ ଶ୍ରମିକଙ୍କ ଋଣ ମଧ୍ୟ ଛାଡ କରାଯିବ । ଏଥି ପାଇଁ ପଞ୍ଜାବ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ। ଏହି ରାଶି ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ପହଞ୍ଚିଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଆଗକୁ ସରକାର ଶ୍ରୀମଦ ଭାଗବତ ଗୀତା ଏବଂ ରାମାୟଣ ପଠନ କେନ୍ଦ୍ର ସ୍ଥାପିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ପଟିଆଲାରେ ହେବ ପଠନ କେନ୍ଦ୍ର । ସେ କହିଛନ୍ତି ଯେ ଆଜିକାଲି ପଞ୍ଜାବୀ ସଙ୍ଗୀତ ଏବଂ ଚଳଚ୍ଚିତ୍ରର ଐତିହ୍ୟର ସୁରକ୍ଷା ତଥା ପ୍ରଚାର ପାଇଁ ଏକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପରିଷଦ ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।