ଇନ୍‌ଷ୍ଟାଗ୍ରାମରେ ସେକ୍ସ ରାକେଟ: ୧୦ ହଜାର ଯୁବତୀ ସାମିଲ

ଲୁଧିୟାନା: ମନୋରଞ୍ଜନର ମାଧ୍ୟମ ସାଜିଥିବା ସାମାଜିକ ଗଣମାଧ୍ୟମ ଏବେ କଳା କାରବାରର ପ୍ରମୁଖ କେନ୍ଦ୍ର ହୋଇଯାଇଛି। ମିଥ୍ୟା ଖବର ପ୍ରସାର ପରେ ନିନ୍ଦିତ ସାମାଜିକ ଗଣମାଧ୍ୟମକୁ ଦେହ ବେପାର ପାଇଁ ବ୍ୟବହାର କରାଯାଉଛି। ପଞ୍ଜାବ ଲୁଧିୟାନାରୁ ଏଭଳି ଚାଞ୍ଚଲ୍ୟକର ମାମଲା ସାମ୍‌ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମରେ ପେଜ୍‌ କ୍ରିଏଟ କରି ମହିଳା ଏବଂ ଯୁବତୀଙ୍କୁ ଏଥିରେ ସାମିଲ କରାଯାଉଛି। ଅଶ୍ଳୀଳ ରିଲ୍‌ ପୋଷ୍ଟ କରିବା ପାଇଁ ଏମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଉଛି। ଏହି ଲୋଭରେ ପଡ଼ି ଯୁବତୀ ନିଜର ଅଶ୍ଳୀଳ ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ପୋଷ୍ଟ ପିଛା ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଛି। ଏ ସବୁକୁ ଦେଖି ଅଧିକ ସଂଖ୍ୟକ ଲୋକ ପେଜ୍‌ରେ ସାମିଲ ହେଉଛନ୍ତି। ଏହି ପୃଷ୍ଠାର ପ୍ରୋଫାଇଲରେ ଠିକଣା ମଧ୍ୟ ରହୁଛି। ପରେ ବ୍ୟକ୍ତିଙ୍କୁ ମେସେଜ କରି ଦେହ ବ୍ୟବସାୟକୁ ଠେଲା ଯାଉଛି। କେବଳ ଲୁଧିୟାନାର ୧୦ ହଜାର ଯୁବତୀ ଏଭଳି ପେଜ୍‌ ସହ ଜଡ଼ିତ ଅଛନ୍ତି ବୋଲି ସୂଚନା ମିଳିଛି। ଏଥିରେ ଦେହ ବ୍ୟବସାୟ ହେଉଥିବା ଠିକଣାରେ ଭିଡିଓ ମଧ୍ୟ ଅପଲୋଡ କରାଯାଇଛି। ଏହି ଭିଡିଓରେ ସ୍ଥାନର ଠିକଣା ଦେଖାଯାଉଛି। ତେଣୁ ଗ୍ରାହକ ସହଜରେ ଏଠାରେ ପହଞ୍ଚି ପାରୁଛନ୍ତି। ଭିଡିଓରେ ଶୟନ କକ୍ଷ ମଧ୍ୟ ଦେଖାଯାଉଛି। ୨୦୨୬ ମାର୍ଚ୍ଚରୁ ଏହି ପେଜ୍‌ ଚାଲିଥିବାବେଳେ ଲୁଧିୟାନା ପୁଲିସ ଏସଂପର୍କରେ ସୂଚନା ନପାଇବା ସମସ୍ତଙ୍କୁ ବିସ୍ମିତ କରିଛି ।

ସୂଚନା ଅନୁଯାୟୀ, ଇନଷ୍ଟାରେ ସିମରନ ଲୁବାନିଙ୍କ ନାମରେ ଏକ ପେଜ ରହିଛି। ଏଠାରେ ପଞ୍ଜାବର ଦୁଗରି ଚୌକ କୋଠାର ଠିକଣା ରହିଛି। ଏଥିରେ ସବୁ ଭିଡିଓ ପୋଷ୍ଟ କରାଯାଉଛି। ଏହି ପେଜ୍‌ରେ ଅନେକ ଯୁବତୀ ନିଜର ଅଶ୍ଳୀଳ ଭିଡିଓ କରି ଅପଲୋଡ କରିଛନ୍ତି। ଗ୍ରାହକଙ୍କୁ ଟାଣିବା ପାଇଁ ଏନଆରଆଇ ଭାବି ନାମରେ ମଧ୍ୟ ରିଲ୍‌ ରହିଛି। ଆଉ କିଛି ପୋଷ୍ଟରେ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଛି। ରିଲ୍‌ ମାଧ୍ୟମରେ ଦର ମଧ୍ୟ ଜଣାଇ ଦିଆଯାଉଛି। ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଣି କୋଠାକୁ ଆସିବାକୁ କୁହାଯାଉଛି। ଆଗ୍ରହୀ ବ୍ୟକ୍ତିଙ୍କୁ ମେସେଜ କରି କେଉଁ ଅଞ୍ଚଳରେ ଯୁବତୀ ଦରକାର ବୋଲି ପଚରା ଯାଉଛି। ପରେ ଏକ ଲିଙ୍କ ଦିଆଯାଉଛି। ଏଥିରେ ୩୦ ହଜାର ଭିଡିଓ ଏବଂ ୨୨ ହଜାର ଫଟୋ ଥିବା ଦାବି କରାଯାଇଛି।

About The Author: Madhusudan Das