ଅମୃତସର: ପଞ୍ଜାବରେ ଖାଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ହଜାର ହଜାର ଲୋକ ଅମୃତସରର ଅଜନାଲା ପୋଲିସ ଷ୍ଟେସନ ଉପରେ ଗୁରୁବାର ଆକ୍ରମଣ କରିଛନ୍ତି। ‘ ୱାରିସ ପଞ୍ଜାବ ଦେ’ର ମୁଖିଆ ଅମୃତପାଳ ସିଂଙ୍କ ସମର୍ଥକମାନେ ଏହି ହିଂସ ଘଟାଇଛନ୍ତି । ଅମୃତପାଲଙ୍କ ଘନିଷ୍ଠ ସହଯୋଗୀର ଗିରଫଦାରୀକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା । ଏହି ଆକ୍ରମଣରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଅମୃତସରର ଅଜନାଲା ଥାନା ବାହାରେ ହଜାର ହଜାର ସଂଖ୍ୟାରେ ଲୋକେ ହତିଆର ଏବଂ ବିନ୍ଧୁକ ଧରି ପହଞ୍ଚିଥିଲେ । କୁହାଯାଉଛି ଯେ ଅମୃତପାଲ ସିଂ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଥିଲା । ଯାହାକୁ ବିରୋଧ କରି ହଜାର ହଜାର ସମର୍ଥକ ଥାନା ଉପରେ ଆକ୍ରମଣ କରିଥିଲେ ।
ଖବର ଅନୁଯାୟୀ, ଅଜନାଲା ଥାନା ପୁଲିସ ଅଞ୍ଚଳରେ ଜଣେ ଯୁବକର ଅପହରଣ ଏବଂ ଆକ୍ରମଣ ମାମଲାରେ ୱାରିସ ପଞ୍ଜାବ ଡେ ସଂଗଠନର ମୁଖ୍ୟ ଅମୃତପାଲ ସିଂ ଖାଲସା ଏବଂ ତାର ସହଯୋଗୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ପୀଡିତ ବରିନ୍ଦର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ସେ ଦରବାର ସାହିବ ଦର୍ଶନ ପାଇଁ ଆସିଥିଲା । ଏହାପରେ ନିଜ ଭାଇ ସହ ଅଜନାଲା କ୍ୟାମ୍ପରେ ଏକ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା । ଏଠାରେ ଅମୃତପାଲ ସିଂର ସହଯୋଗୀ ତାଙ୍କୁ ନେଇ ମାଡ ମାରିଥିଲେ ।