ଛତିଶଗଡ଼: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଟଳିଲା ଆଉ ଏକ ବଡ ଧରଣର ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ । ତେବେ ଦୁହେଁ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି । ଘଟଣାରେ କେହି ବି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।
ମାଲବାହି ଟ୍ରେନ୍ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍ ସିଗ୍ନାଲ ଥିବା ଟ୍ରାକ୍ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍ନାଲ ପାଇ ପାସେଞ୍ଜର ଟ୍ରେନ୍ଟି ଆସି ଅଟକିଥିଲା।