ନୂଆଦିଲ୍ଲୀ: ପୁଣି ଆଉ ଏକ ରେଳ ଦୁର୍ଘଟଣା । ଉତ୍ତର ପ୍ରେଦଶର ଗୋଣ୍ଡାରେ ଘଟିଛି ଏହି ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ପ୍ରାଥମିକ ସୂଚନା ଅନୁସାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି ।
ଟ୍ରେନଟି ଲାଇନଚ୍ୟୁତ ହେବାପରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।