ଛତିଶଗଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ, ଜଣେ କନେଷ୍ଟବଳ ସହିଦ

ଛତିଶଗଡ଼: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ୪ ଜିଲ୍ଲାର DRG ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି । ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଲ୍ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଛି । ଏବେ ବି ସେଠାରେଗୁଳିବିନିମୟ ଜାରି ରହିଛି । ସୂଚନା […]

ଛତିଶଗଡ଼: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ୪ ଜିଲ୍ଲାର DRG ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି । ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଲ୍ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଛି । ଏବେ ବି ସେଠାରେଗୁଳିବିନିମୟ ଜାରି ରହିଛି ।

ସୂଚନା ଅନୁସାରେ, ଛତିଶଗଡ ଅବୁଝାମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ କନେଷ୍ଟବଳ ସହିଦ ହୋଇଥିବା ଜଣାପଡିଛି ।

About The Author: The Sakala