ତେଲେଙ୍ଗାନାରେ ଟନେଲ ଭୁଶୁଡ଼ି ମାଟି ତଳେ ଫସିଛନ୍ତି ୮ ଶ୍ରମିକ, ଏବେ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ହାଇଦରାବାଦ: ତେଲେଙ୍ଗାନାର ନଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୮ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଏହି ଜିଲ୍ଲାର ଡୋମାଲପେଣ୍ଟା ନିକଟରେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି। ସେମାନଙ୍କୁ ଉଦ୍ଧାର କରାଯିବା ଲାଗି ସବୁ ସ୍ତରରେ ଉଦ୍ୟମ ଜାରି ରହିଛି। ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି। ଭାରତୀୟ ସେନା […]

ହାଇଦରାବାଦ: ତେଲେଙ୍ଗାନାର ନଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୮ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଏହି ଜିଲ୍ଲାର ଡୋମାଲପେଣ୍ଟା ନିକଟରେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି। ସେମାନଙ୍କୁ ଉଦ୍ଧାର କରାଯିବା ଲାଗି ସବୁ ସ୍ତରରେ ଉଦ୍ୟମ ଜାରି ରହିଛି। ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି। ଭାରତୀୟ ସେନା ଓ ଏନ୍‌ଡିଆରଏଫ୍‌ର ମଧ୍ୟ ସହାୟତା ନିଆଯାଉଛି। ସୁଡଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା ।

ନଗରକୁର୍ଣ୍ଣୁଲ ପୁଲିସ ଅଧୀକ୍ଷକ ବୈଭବ ଗାୟକୱାଡ କହିଛନ୍ତି ଯେ, ଶ୍ରୀଶୈଳମ ଜଳଭଣ୍ଡାର ନିକଟରେ ଥିବା ସୁଡଙ୍ଗ ଛାତର ପ୍ରାୟ ତିନି ମିଟର ଭୁଶୁଡ଼ି ପଡ଼ିଛି। ଏହି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ମାତ୍ର ଚାରି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ଶନିବାର ଶ୍ରମିକମାନେ ନିୟମିତ କାର୍ଯ୍ୟ କରୁଥି ବେଳେ ଉପର ମାଟି ଧସି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ୫୦ ଶ୍ରମିକଙ୍କ ମଧ୍ୟରୁ ୮ ଶ୍ରମିକ ମାଟି ତଳେ ଫସିଯାଇଥିଲେ। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରୁଥିବା କମ୍ପାନୀର ଦୁଇଟି ଉଦ୍ଧାରକାରୀ ଦଳ ପରିସ୍ଥିତିର ଆକଳନ କରିବା ପାଇଁ ସୁଡଙ୍ଗ ଭିତରକୁ ଯାଇଛନ୍ତି। ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ୫୦ ଜଣ ଶ୍ରମିକ କାମ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୩ ଜଣ ସୁରକ୍ଷିତ ଭାବରେ ବାହାରକୁ ଆସିଛନ୍ତି ବୋଲି ସଂପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଜଳସେଚନ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି।

About The Author: The Sakala