ସାମୁଦ୍ରିକ ଝଡ଼ ହେଲା କାଳ; ସମୁଦ୍ରରେ ବୁଡ଼ିଗଲା ଥାଇଲାଣ୍ଡ ନୌସେନାର ଯୁଦ୍ଧ ଜାହାଜ, ୩୧ ନିଖୋଜ

ବ୍ୟାଙ୍କକ୍: ସମୁଦ୍ରରେ ବୁଡ଼ିଗଲା ଥାଇଲାଣ୍ଡ ନୌସେନାର ଯୁଦ୍ଧ ଜାହାଜ । ଜାହାଜରେ ପ୍ରାୟ ୧୦୦ ଜଣେ ନୌସେନା କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନିଖୋଜ ଅଛନ୍ତି । ସମୁଦ୍ରରେ ଯାଉଥିବାବେଳେ ଯୁଦ୍ଧ ଜାହାଜଟି ହଠାତ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା । ଜାହାଜର ପାଓ୍ବାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଜାହାଜରେ ୧୦୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ […]

ବ୍ୟାଙ୍କକ୍: ସମୁଦ୍ରରେ ବୁଡ଼ିଗଲା ଥାଇଲାଣ୍ଡ ନୌସେନାର ଯୁଦ୍ଧ ଜାହାଜ । ଜାହାଜରେ ପ୍ରାୟ ୧୦୦ ଜଣେ ନୌସେନା କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନିଖୋଜ ଅଛନ୍ତି । ସମୁଦ୍ରରେ ଯାଉଥିବାବେଳେ ଯୁଦ୍ଧ ଜାହାଜଟି ହଠାତ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା । ଜାହାଜର ପାଓ୍ବାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଜାହାଜରେ ୧୦୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଉ ୩୧ ଜଣଙ୍କ ସନ୍ଧାନ ଜାରି ରହିଛି । ସୋମବାର ସକାଳେ ଥାଇଲାଣ୍ଡ ନୌସେନାର ଏକ ଡୋର୍ନିଆର ବିମାନ ସିହକ୍ ହେଲିକପ୍ଟର ମାଧ୍ୟମରେ ନିଖୋଜମାନଙ୍କୁ ଖୋଜା ଚାଲିଛି ।

About The Author: The Sakala