ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ‘ସ୍ୱତନ୍ତ୍ର ଗୋଷ୍ଠୀ’, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୫୦୦ରୁ ଉର୍ଦ୍ଧ୍ବ ବିଶିଷ୍ଟ ଆଇନଜୀବୀ

ନୂଆଦିଲ୍ଲୀ: ଦେଶର ୫୦୦ରୁ ଅଧିକ ଜଣାଶୁଣା ଆଇନଜୀବୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେଙ୍କ ଠାରୁ ଆରମ୍ଭ କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସଭାପତି ମନନ କୁମାର ମିଶ୍ର ପର୍ଯ୍ୟନ୍ତ ଅନେକଙ୍କ ନାମ ରହିଛି। ଏହି ଓକିଲମାନେ ନ୍ୟାୟପାଳିକାର ଅଖଣ୍ଡତା ପ୍ରତି ବିପଦ ଥିବା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ଏହି ଆଇନଜୀବୀମାନେ କହିଛନ୍ତି ଯେ କିଛି […]

ନୂଆଦିଲ୍ଲୀ: ଦେଶର ୫୦୦ରୁ ଅଧିକ ଜଣାଶୁଣା ଆଇନଜୀବୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେଙ୍କ ଠାରୁ ଆରମ୍ଭ କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସଭାପତି ମନନ କୁମାର ମିଶ୍ର ପର୍ଯ୍ୟନ୍ତ ଅନେକଙ୍କ ନାମ ରହିଛି। ଏହି ଓକିଲମାନେ ନ୍ୟାୟପାଳିକାର ଅଖଣ୍ଡତା ପ୍ରତି ବିପଦ ଥିବା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ଏହି ଆଇନଜୀବୀମାନେ କହିଛନ୍ତି ଯେ କିଛି ‘ସ୍ୱତନ୍ତ୍ର ଗୋଷ୍ଠୀ’ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଏବଂ କୋର୍ଟର ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ସହିତ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚିଠିରେ ଦର୍ଶାଯାଇଛି।

ଚିଠିରେ କୁହାଯାଇଛି ଯେ, ରାଜନୈତିକ ଚେହେରା ସହ ଜଡିତ ଦୁର୍ନୀତି  ମାମଲରେ ଏଭଳି ଘଟୁଥିବା  ସ୍ପଷ୍ଟ ଦେଖାଯାଉଛି। ଏପରି ପରିସ୍ଥିତିରେ କୋର୍ଟର ନିଷ୍ପତ୍ତିକୁ ପ୍ରଭାବିତ କରିବା ଏବଂ ନ୍ୟାୟପାଳିକାକୁ ଅପମାନିତ କରିବାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛୁ। ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଗୋଷ୍ଠୀ ମିଥ୍ୟା କାହାଣୀ ସୃଷ୍ଟି କରି ନ୍ୟାୟପାଳିକାର କାର୍ଯ୍ୟକଳାପର ଭୁଲ ଚିତ୍ର ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି।  ଏହି ଗୋଷ୍ଠୀଗୁଡିକ ବର୍ତ୍ତମାନର କୋର୍ଟକୁ ତଥାକଥିତ ‘ସୁବର୍ଣ୍ଣ ସମୟ’ ସହିତ ତୁଳନା କରୁଛନ୍ତି। ଫଳରେ ନ୍ୟାୟିକ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବା ଏବଂ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବା ପାଇଁ ଅପଚେଷ୍ଟା କରାଯାଉଛି।

About The Author: The Sakala