ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା। ମେସେଜ ପଠାଉଥିବା ବ୍ୟକ୍ତି ୨ କୋଟି ଟଙ୍କା ମାଗିଛନ୍ତି । ମେସେଜରେ ଏକ ଧମକ ରହିଛି ଯେ ଯଦି ଟଙ୍କା ନ ଦିଆଯାଏ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିବେ। ଏହି ପରିପ୍ରେକ୍ଷୀରେ, ବିଏନଏସର ଧାରା ୩୫୪ (୨) ଏବଂ ୩୦୮ (୪) ଅନୁଯାୟୀ […]

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା। ମେସେଜ ପଠାଉଥିବା ବ୍ୟକ୍ତି ୨ କୋଟି ଟଙ୍କା ମାଗିଛନ୍ତି । ମେସେଜରେ ଏକ ଧମକ ରହିଛି ଯେ ଯଦି ଟଙ୍କା ନ ଦିଆଯାଏ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିବେ। ଏହି ପରିପ୍ରେକ୍ଷୀରେ, ବିଏନଏସର ଧାରା ୩୫୪ (୨) ଏବଂ ୩୦୮ (୪) ଅନୁଯାୟୀ ୱର୍ଲି ପୁଲିସ ଷ୍ଟେସନରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି ।

ଏହି ମାସ ଆରମ୍ଭରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ବାଟସ୍ ଆପ୍ ନମ୍ବରରେ ମିଳିଥିଲା । ​​ଯେଉଁଥିରେ ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ମାଗିଥିଲେ। ଗତ କିଛି ମାସ ହେବ ଭାଇଜାନଙ୍କୁ ହତ୍ୟା ଧମକ ମିଳୁଛି।

ବାସ୍ତବରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି । ୧୨ ଅକ୍ଟୋବରରେ ବାବା ସିଦ୍ଦିକିଙ୍କୁ ତିନି ଜଣଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ସିଦ୍ଦିକି ହତ୍ୟା ମାମଲାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସିଧାସଳଖ ସମ୍ପୃକ୍ତ ଥିବା ନେଇ ତଦନ୍ତ କରାଯାଉଛି ।

About The Author: The Sakala