ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ ଏଥିରୁ ଶ୍ରେୟସ୍‌ ତଲପଡେ ଓ ଅରସାଦ୍‌ ୱାର୍ସିଙ୍କୁ ବାଦ୍‌ ଦିଆଯାଇଥିବା କଥା ଜଣାପଡିଛି। ଏ ଦୁହିଁଙ୍କ ବଦଳରେ ଏବେ ନଜର ଆସିବେ ଆୟୁଷ ଶର୍ମା […]

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ ଏଥିରୁ ଶ୍ରେୟସ୍‌ ତଲପଡେ ଓ ଅରସାଦ୍‌ ୱାର୍ସିଙ୍କୁ ବାଦ୍‌ ଦିଆଯାଇଥିବା କଥା ଜଣାପଡିଛି। ଏ ଦୁହିଁଙ୍କ ବଦଳରେ ଏବେ ନଜର ଆସିବେ ଆୟୁଷ ଶର୍ମା ଓ ଜହିର୍‌ ଇକବାଲ୍। ବିଗତ କିଛିଦିନ ହେଲାଣି ଫିଲ୍ମର ସୁଟିଂକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ‘କଭି ଇଦ୍‌ କଭି ଦିବାଲି’ ଫିଲ୍ମର ସୁରଜ୍‌ ପାଞ୍ଚୋଲି କାମ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏଥିରେ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। ପୂଜାଙ୍କ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରୀର ଅଭିନେତା ଭେଙ୍କଟେଶ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ୨୦୨୩ ଇଦ୍‌ ଅବସରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମର ରିଲିଜ୍‌ ନେଇ ଏହାର ନିର୍ମାତା ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି। ସଲମାନ୍‌ ବର୍ତ୍ତମାନ ‘ଟାଇଗର୍‌-୩’ରେ କାମ କରୁଛନ୍ତି। ଏଥିରେ ସେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ସେହିଭଳି ସେ ‘ପଠାନ୍‌’ ଓ ‘ବଜରଙ୍ଗୀ ଭାଇଜାନ୍-୨’ରେ ମଧ୍ୟ ନଜର ଆସିବେ।

About The Author: The Sakala