ପାଇରେଟେଡ୍‌ ସାଇଟରେ ରାଧେର ଷ୍ଟ୍ରିମିଂକୁ ନେଇ ରାଗିଗଲେ ଭାଇ ଜାନ୍

ନୂଆଦିଲ୍ଲୀ: ଦର୍ଶକଙ୍କ ମନକୁ କରୋନା କାଳରେ ଝୁମେଇବା ପାଇଁ ଇଦ୍‌ରେ ରିଲିଜ ହୋଇଛି ରାଧେ। ରିଲିଜ ହେବା ପରେ ସଲମାନଙ୍କ ଫିଲ୍ମ ଭଲ ଇନ୍‌କମ୍‌ରେ ଭଲ ରେକର୍ଡ କରିଛି। କିନ୍ତୁ ଗୋଟିଏ ପଟେ ସଲମାନ ତାଙ୍କ ଚଳଚ୍ଚିତ୍ରର ଏହି ସଫଳତାକୁ ନେଇ ଖୁସି ଥିବା ବେଳେ, ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପାଇରେଟେଡ ସାଇଟରେ ପ୍ରସାରିତ ହୋଇଥିବାରୁ ସେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ସଲମାନ ଟ୍ୱିଟ୍ କରି ପାଇରେଟେଡ ସାଇଟ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। pic.twitter.com/bPob7gFKMj […]

ନୂଆଦିଲ୍ଲୀ: ଦର୍ଶକଙ୍କ ମନକୁ କରୋନା କାଳରେ ଝୁମେଇବା ପାଇଁ ଇଦ୍‌ରେ ରିଲିଜ ହୋଇଛି ରାଧେ। ରିଲିଜ ହେବା ପରେ ସଲମାନଙ୍କ ଫିଲ୍ମ ଭଲ ଇନ୍‌କମ୍‌ରେ ଭଲ ରେକର୍ଡ କରିଛି। କିନ୍ତୁ ଗୋଟିଏ ପଟେ ସଲମାନ ତାଙ୍କ ଚଳଚ୍ଚିତ୍ରର ଏହି ସଫଳତାକୁ ନେଇ ଖୁସି ଥିବା ବେଳେ, ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପାଇରେଟେଡ ସାଇଟରେ ପ୍ରସାରିତ ହୋଇଥିବାରୁ ସେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ସଲମାନ ଟ୍ୱିଟ୍ କରି ପାଇରେଟେଡ ସାଇଟ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିନେତା ଟ୍ୱିଟ୍ କରି କହିଛନ୍ତି – ‘ଆମେ ଆପଣଙ୍କୁ ରାଧେ ଚଳଚ୍ଚିତ୍ର ବହୁତ କମ୍‌ ୨୪୯ ଟଙ୍କାରେ ଦେଖାଇଲୁ।ଏହା ସତ୍ତ୍ୱେ ପାଇରେଟେଡ ସାଇଟଗୁଡିକ ରାଧେକୁ ବେଆଇନ ଭାବରେ ଷ୍ଟ୍ରିମ୍ କରୁଛନ୍ତି, ଯାହା ଏକ ଗୁରୁତର ଅପରାଧ। ଏହି ଡକାୟତି ହୋଇଥିବା ସାଇଟଗୁଡିକ ବିରୁଦ୍ଧରେ ସାଇବର ସେଲ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୟାକରି ଡକାୟତି ସହିତ ଜଡିତ ହୁଅନ୍ତୁ ନାହିଁ ନଚେତ୍ ସାଇବର ସେଲ୍ ମଧ୍ୟ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସଲମାନ ଖାନଙ୍କ ଏହି ଟ୍ବିଟରେ ମଧ୍ୟ ଦର୍ଶକମାନଙ୍କର ମଜାଦାର କମେଣ୍ଟ ଦେଖିବାକୁ ମିଳିଛି।

ରାଧେ ପିଲ୍ମକୁ ୟୁଏଇରେ ୫୦% ପ୍ରେକ୍ଷାଳୟର କ୍ଷମତା ସହିତ ମୁକ୍ତିଲାଭ କରାଯାଇଥିଲା। ​​ ୟୁଏଇରେ ଉଦଘାଟନୀ ଦିବସରେ ରାଧେ ୩୭୯,୦୦୦ ଆମେରିକୀୟ ଡଲାର ସଂଗ୍ରହ କରିଥିଲା, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ୨୭୭୭,୨୭୭୮ କୋଟି ଅଟେ।

About The Author: The Sakala