ଇଦ୍‌ରେ ମୁକ୍ତିଲାଭ କରିବନି ‘ରାଧେ’

କରୋନା ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଗ୍ରାସ କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସଲମାନ୍‌ ନିଜେ ଏବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ଅଭିନେତା କବୀର ବେଦୀଙ୍କ ସହ ଫେସ୍‌ବୁକ୍‌ ଲାଇଭ୍‌ରେ ଆସି ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ, […]

କରୋନା ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଗ୍ରାସ କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସଲମାନ୍‌ ନିଜେ ଏବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ଅଭିନେତା କବୀର ବେଦୀଙ୍କ ସହ ଫେସ୍‌ବୁକ୍‌ ଲାଇଭ୍‌ରେ ଆସି ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ, ଆମେ ଚାହୁଁଛୁ ଚଳିତବର୍ଷ ଇଦ୍‌ରେ ‘ରାଧେ’ ରିଲିଜ୍ ହେଉ। କିନ୍ତୁ ଯଦି ଲକ୍‌ଡାଉନ୍‌ ଜାରି ରହିଲା ତେବେ ହୁଏତ ଆସନ୍ତା ବର୍ଷକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ, ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସରକାରଙ୍କ ସମସ୍ତ କୋଭିଡ୍ ନିୟମଗୁଡ଼ିକୁ ପାଳନ କରନ୍ତୁ। ଏଭଳି କଲେ କରୋନା ଦୂରେଇ ଯିବ ଓ ଚଳିତବର୍ଷ ଇଦ୍‌ରେ ହିଁ ‘ରାଧେ’ମୁକ୍ତିଲାଭ କରିବ।

About The Author: The Sakala