ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସାଇବର ଜଗତରେ ଏକ ଭୟଙ୍କର ରୂପ ନେଇଛି। ଏକ ବଡ଼ ଧରଣର ସାଇବର ଆକ୍ରମଣ ଜରିଆରେ ଉଭୟ ଦେଶର ଜରୁରୀକାଳୀନ ଆପ୍ରେ ନକଲି ପରମାଣୁ ଏବଂ ରାସାୟନିକ ଆକ୍ରମଣର ଚେତାବନୀ ଦିଆଯିବା ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ହ୍ୟାକର୍ ମାନେ ଉଭୟ ଦେଶର ସରକାରୀ ଜରୁରୀକାଳୀନ ସୂଚନା ପ୍ରଦାନ କରୁଥିବା ଆପ୍ଲିକେସନ ଗୁଡିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହାପରେ ଲୋକଙ୍କ ମୋବାଇଲ ଫୋନରେ ପରମାଣୁ ବିସ୍ଫୋରଣ ଏବଂ ରାସାୟନିକ ଗ୍ୟାସ ନିର୍ଗତ ହେବା ନେଇ ସାଇରନ୍ ସହିତ ମିଛ ମେସେଜ୍ ଆସିବାକୁ ଲାଗିଥିଲା। ଏହି ଘଟଣା ପରେ ହଜାର ହଜାର ଲୋକ ଭୟରେ ସୁରକ୍ଷିତ ସ୍ଥାନକୁ ଦୌଡ଼ିବା ଆରମ୍ଭ କରିଥିଲେ।
ବୈଷୟିକ ବିଶେଷଜ୍ଞ ମାନେ ଏହାକୁ ଏକ ସୁଚିନ୍ତିତ ସୂଚନା ଯୁଦ୍ଧ ବୋଲି ଅଭିହିତ କରିଛନ୍ତି। ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ସାଇବର ସୁରକ୍ଷାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଏହି ଆପ୍ ଗୁଡିକୁ ସାମୟିକ ଭାବେ ବନ୍ଦ କରାଯାଇ ସୁରକ୍ଷା ଯାଞ୍ଚ କରାଯାଉଛି।