ନୂଆଦିଲ୍ଲୀ: ଫିନଲାଣ୍ଡ ଖୁବଶୀଘ୍ର ନାଟୋ ମେଣ୍ଟରେ ସାମିଲ ହେବାକୁ ଘୋଷଣା କରିବା ପରେ ରୁଷ-ଫିନଲାଣ୍ଡ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଯଦି ଫିନଲାଣ୍ଡ ନାଟୋରେ ସାମିଲ ହୁଏ ତେବେ ଠିକଣା ଜବାବ ଦିଆଯିବ ବୋଲି ରୁଷ ରାଷ୍ଟ୍ରପତି ପୁତିନ ଦୁଇ ଦିନ ତଳେ ଧମକ ଦେଇଥିଲା ବେଳେ ଶନିବାର ଫିନଲାଣ୍ଡକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଛନ୍ତି। ଆଗକୁ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ପୁତିନ ସଙ୍କେତ ଦେଇଛନ୍ତି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ ଫିନଲାଣ୍ଡ ନାଟୋ ମେଣ୍ଟରେ ସାମିଲ ହେବା ରୁଷ ପ୍ରତି ବିପଦ କହି ଏଥିପାଇଁ ବୈଷୟିକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏଭଳି ମନ୍ତବ୍ୟ ଜାରି କରିବାର କିଛି ଘଣ୍ଟା ନ ପୂରୁଣୁ ପୁତିନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁ ନେଇ ପୁଣିଥରେ ପୂର୍ବ ୟୁରୋପରେ ସ୍ଥିତି ବିଗିଡିବାର ଆଶଙ୍କା ସୃଷ୍ଟି ହୋଇଛି। ନାଟୋରେ ସାମିଲ ହେବା ଘଟଣାକୁ ନେଇ ରୁଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିଛି। ବର୍ତ୍ତମାନ ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଏହା ପୁତିନଙ୍କ ଚିନ୍ତା ବଢାଇଛି। ତେଣୁ କୌଣସି ମୁହୂର୍ତ୍ତରେ ରାଷ୍ଟ୍ରପତି ପୁତିନ ଏହି ଦୁଇ ରାଷ୍ଟ୍ରଙ୍କ ବିରୋଧରେ କିଛି ବି ପଦକ୍ଷେପ ନେ Cଇପାରନ୍ତି ବୋଲି କୁହାଯାଉଛି। ସେପଟେ ଏହି ଦୁଇ ରାଷ୍ଟ୍ର ନାଟୋରେ ସାମିଲ ହେବା ପ୍ରସ୍ତାବକୁ ତୁର୍କୀ ବିରୋଧ କରିଛି। ତୁର୍କୀ ନାଟୋ ମେଣ୍ଟର ଅନ୍ୟତମ ସଦସ୍ୟ ରହିଛି। କିନ୍ତୁ ଫିନଲାଣ୍ଡ ଏବଂ ସ୍ବିଡେନ କୁର୍ଦ୍ଦିସ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସମର୍ଥନ କରୁଥÒବାରୁ ଏଗୁଡିକୁ ନାଟୋରେ ସାମିଲ କରାଯାଇ ପୁଣିଥରେ ଭୁଲ କରାଯିବା ଉଚିତ ନୁହେଁ ବୋଲି ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ କହିଛନ୍ତି।
ଫିନ୍ଲାଣ୍ଡ ନାଟୋରେ ସାମିଲ ହେବା ନେଇ ତେଜିଲା ତିକ୍ତତା: ବିଦ୍ୟୁତ୍ ଯୋଗାଣ ବନ୍ଦକଲା ରୁଷିଆ
ନୂଆଦିଲ୍ଲୀ: ଫିନଲାଣ୍ଡ ଖୁବଶୀଘ୍ର ନାଟୋ ମେଣ୍ଟରେ ସାମିଲ ହେବାକୁ ଘୋଷଣା କରିବା ପରେ ରୁଷ-ଫିନଲାଣ୍ଡ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଯଦି ଫିନଲାଣ୍ଡ ନାଟୋରେ ସାମିଲ ହୁଏ ତେବେ ଠିକଣା ଜବାବ ଦିଆଯିବ ବୋଲି ରୁଷ ରାଷ୍ଟ୍ରପତି ପୁତିନ ଦୁଇ ଦିନ ତଳେ ଧମକ ଦେଇଥିଲା ବେଳେ ଶନିବାର ଫିନଲାଣ୍ଡକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଛନ୍ତି। ଆଗକୁ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ପୁତିନ ସଙ୍କେତ ଦେଇଛନ୍ତି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ […]