ୟୁକ୍ରେନ ଉପରେ ଋଷର ଆକ୍ରମଣ ତଦନ୍ତ କରିବା ପାଇଁ ଜାତିସଂଘରେ ଭୋଟ, ଭାରତ ନେଲା ଏହି ନିଷ୍ପତ୍ତି

ଜେନେଭା : ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧରେ ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛି ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି)। ଏନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି)ର ୪୭ ସଦସ୍ୟ ରାଷ୍ଟ୍ର ରହିଥିଲେ। ବୈଠକରେ ୟୁକ୍ରେନ ଉପରେ ଋଷ କରିଥିବା ଯୁଦ୍ଧ ଅପରାଧର ତଦନ୍ତ କରିବାକୁ ଭୋଟ ଗ୍ରହଣ […]

ଜେନେଭା : ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧରେ ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛି ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି)। ଏନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି)ର ୪୭ ସଦସ୍ୟ ରାଷ୍ଟ୍ର ରହିଥିଲେ।

ବୈଠକରେ ୟୁକ୍ରେନ ଉପରେ ଋଷ କରିଥିବା ଯୁଦ୍ଧ ଅପରାଧର ତଦନ୍ତ କରିବାକୁ ଭୋଟ ଗ୍ରହଣ କରାଯାଇଥିଲା। ଏହି ଭୋଟ ଗ୍ରହଣରେ ୪୭ ସଦସ୍ୟ ବିଶିଷ୍ଟ ୟୁଏନଏଚଆରସିରେ ଏହି ପ୍ରସ୍ତାବ ସପକ୍ଷରେ ୩୨ଟି ଭୋଟ, ବିପକ୍ଷରେ ୨ଟି (ରୁଷ ଓ ଏରିଟ୍ରି) ଭୋଟ ପଡ଼ିଥିଲା । ୧୩ଟି ଦେଶ ଭୋଟଦାନରୁ ବିରତ ରହିଥିଲେ।

ଋଷ ବିରୋଧ ପ୍ରସ୍ତାବ ସପକ୍ଷରେ ମତଦାନ କରିଥିବା ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଜାପାନା, ୟୁଏଇ, ବ୍ରିଟେନ ଏବଂ ଆମେରିକା ପରି ଦେଶ ସାମିଲ୍ ରହିଥିବା ବେଳେ । ଭୋଟ ଦାନରୁ ବିରତ ରହିଥିବା ଦେଶମାନଙ୍କ ମଧ୍ୟରେ ଅଛନ୍ତି ଭାରତ, ପାକିସ୍ତାନ, ଚୀନ, ଭେନିଜୁଏଲା,ସୁଦାନ ।

ଏହା ପୂର୍ବରୁ ଭାରତ ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବରୁ ଦୂରେଇ ରହିଥିଲା। ସେହି ପରି ୧୯୩ ସଦସ୍ୟ ବିଶିଷ୍ଟ ମହାସଭାରେ ପ୍ରସ୍ତାବ ଉପରେ ମତଦାନରୁ ମଧ୍ୟ ଭାରତ ଓହରି ଯାଇଥିଲା।ଚଳିତ ସପ୍ତାହ ଆରମ୍ଭରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୋଇଥିଲା । ରୁଷ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ତୁରନ୍ତ ୟୁକ୍ରେନରୁ ବାହାରି ଯିବାକୁ ଜାତିସଂଘ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ୧୪୧ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୫ଟି ଭୋଟ ପଡ଼ିଥିଲା ଓ ଭାରତ ସମେତ ୩୫ଟି ଦେଶ ଭୋଟଦାନରୁ ବିରତ ରହିଥିଲେ ।

About The Author: The Sakala