ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପରେ ବ୍ରିଟେନ କ୍ରୋଧିତ, ଭାରତ ବିରୋଧରେ ଏହି ପଦକ୍ଷେପ ନେବାକୁ କରାଯାଉଛି ଦାବି

ଲଣ୍ଡନ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନିରପେକ୍ଷତା ସମସ୍ତଙ୍କୁ ଚକିତ କରିଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି। ଦୁନିଆର ବିଭିନ୍ନ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଉଥିବା ବେଳେ ନିରବ ଥିବା ଭାରତକୁ ନେଇ ବିଭିନ୍ନ ଦେଶ ଟାର୍ଗେଟ କରୁଛନ୍ତି। ଏହାରି ମଧ୍ୟରେ ବ୍ରିଟେନର ଜଣେ […]

ଲଣ୍ଡନ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନିରପେକ୍ଷତା ସମସ୍ତଙ୍କୁ ଚକିତ କରିଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି। ଦୁନିଆର ବିଭିନ୍ନ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଉଥିବା ବେଳେ ନିରବ ଥିବା ଭାରତକୁ ନେଇ ବିଭିନ୍ନ ଦେଶ ଟାର୍ଗେଟ କରୁଛନ୍ତି। ଏହାରି ମଧ୍ୟରେ ବ୍ରିଟେନର ଜଣେ ସାଂସଦ ଭାରତ ଋଷ ବିପକ୍ଷରେ ଜାତିସଂଘ ନିରାପତ୍ତା ପରିଷଦ ଏବଂ ମାନବାଧିକାର କମିସନରେ ବାରମ୍ବାର ଭୋଟ ଦାନରୁ ବିରତ ରହୁଥିବାରୁ ବ୍ରିଟେନରୁ ଭାରତକୁ ମିଳୁଥିବା ବୈଦେଶିକ ସହାୟତା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଅନୁରୋଧ କରିଛନ୍ତି।

୫୦ ମିଲିୟନ୍ ପାଉଣ୍ଡ ସହାୟତା

ବ୍ରିଟେନର ସାଂସଦ ଜନି ମର୍ସର୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଅନୁରୋଧ କରିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସଂକଳ୍ପରୁ ଭାରତ ବାରମ୍ବାର ଭୋଟ ଦାନରୁ ବିରତ ରହୁଛି।ଜାତିସଂଘ ନିରାପତ୍ତା ପରିଷଦ ଏବଂ ମାନବାଧିକାର କମିସନରେ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଯାଇଥିଲେ ହେଁ କେବଳ ଆଲୋଚନା ଦ୍ବାରା ସମସ୍ୟାର ସମାଧାନକୁ ଭାରତ ଗୁରୁତ୍ବ ଦେଇ ନିରପେକ୍ଷତା ଅବଲମ୍ବନ କରିଆସିଛି। କିନ୍ତୁ ଭାରତ ଋଷ ବିପକ୍ଷରେ ଭୋଟ ଦେଉନାହିଁ। ଭାରତର ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇପାରିବ ନାହିଁ। ଏଭଳି ସ୍ଥିତିରେ ଭାରତକୁ ପଠାଯାଉଥିବା ୫୦ ମିଲିୟନ ପାଉଣ୍ଡରୁ ଅଧିକ ବିଦେଶୀ ସହାୟତା ବନ୍ଦ ହେବା ଉଚିତ ବୋଲି ବ୍ରିଟେନର ସାଂସଦ ଜନି ମର୍ସର୍ କହିଛନ୍ତି।


ମର୍ସର୍ ଏ ବିଷୟରେ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ ଭାରତକୁ ବ୍ରିଟେନ ଦେଉଥିବା ସମସ୍ତ ସହୟତା ସମାପ୍ତ କରିବା ଉଚିତ। ମର୍ସର୍ କହିଛନ୍ତି ଯେ ଆମେ ଭାରତକୁ ୫୫.୩ ମିଲିୟନ୍ ପାଉଣ୍ଡ ବୈଦେଶିକ ସହାୟତା ଭାବରେ ଦେଉଛୁ। ମୁଁ ବୈଦେଶିକ ସହାୟତାର ଜଣେ ଦୃଢ ସମର୍ଥକ ଏବଂ ଆମ ସରକାର ବୈଦେଶିକ ସହାୟତା ହ୍ରାସ କରିବା ବିପକ୍ଷରେ ମଧ୍ୟ ସର୍ବଦା ଭୋଟ୍ ଦେଇଛି। କିନ୍ତୁ ଭାରତ ଯୁଦ୍ଧ ସମୟରେ ଏପରି ଆଭିମୁଖ୍ୟ ଗ୍ରହଣ କରାଯାଉପାରୁନାହିଁ।

ୟୁକ୍ରେନ ପ୍ରସଙ୍ଗରେ ଭାରତର ନିରବତାକୁ ହଜମ କରିପାରୁନି ଆମେରିକା

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନିରପେକ୍ଷତା ଆମେରିକାକୁ ପରୋକ୍ଷରେ ବିବ୍ରତ କରିଛି। ବିଶେଷକରି ଆମେରିକା ନେତୃତ୍ବରେ ରୁଷ ବିପକ୍ଷରେ ଜାତିସଂଘ ନିରାପତ୍ତା ପରିଷଦ ଏବଂ ମାନବାଧିକାର କମିସନରେ ଦୁଇ ଦୁଇଥର ବୈଠକ ଅନୁଷ୍ଠିତ ହୋଇଯାଇଥିଲେ ହେଁ କେବଳ ଆଲୋଚନା ଦ୍ବାରା ସମସ୍ୟାର ସମାଧାନକୁ ଭାରତ ଗୁରୁତ୍ବ ଦେଇ ନିରପେକ୍ଷତା ଅବଲମ୍ବନ କରିଆସିଛି। କିନ୍ତୁ ଭାରତର ଏଭଳି ଆଭିମୁଖ୍ୟକୁ ଆମେରିକା ସହଜରେ ହଜମ କରିପାରୁନି। ଆମେରିକାର ଏକ ସହଯୋଗୀ ରାଷ୍ଟ୍ର ଭାବେ ଭାରତ ରୁଷ ବିପକ୍ଷରେ ଆଭିମୁଖ୍ୟ ଗ୍ରହଣ କରୁ ବୋଲି ଆମେରିକା ଚାହୁଁଥିଲେ ହେଁ ଏନେଇ ପ୍ରତ୍ୟକ୍ଷ ଭାବେ ଦାବି କରିପାରୁନି। କିନ୍ତୁ ପରୋକ୍ଷରେ ଟିକା ଟିପ୍ପଣୀ ଦେବାରେ ଲାଗିଛି। କେବଳ ଭାରତ ନୁହେଁ , ଏହି ପ୍ରସଙ୍ଗରେ ଆମେରିକାର ଅନ୍ୟତମ ସହଯୋଗୀ ରାଷ୍ଟ୍ର ମିଳିତ ଆରବ ଏମିରାତ୍‌ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଥିବାର ଆମେରିକା ଭାରତ ସହ ଏହି ରାଷ୍ଟ୍ରକୁ ଯୋଡିଛି।

ଏହିକ୍ରମରେ ଆମେରିକାର ପରରାଷ୍ଟ୍ର ବିଭାଗ ପକ୍ଷରୁ ମଙ୍ଗଳବାର ଏକ ସର୍କୁଲାରଜାରି କରାଯିବା ସହିତ ଏହାର ସମସ୍ତ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଏଥିରେ ଭାରତ ଏବଂ ୟୁଏଇ ରୁଷ ସମର୍ଥକ ବୋଲି ପରୋକ୍ଷରେ ଉଲ୍ଲେଖ କରାଯାଇଥିଲା। ତେବେ ଏହାକୁ ଦିଆଯିବାର ପରଦିନ ପୁଣି ଏହାକୁ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରୁଷ ବିପକ୍ଷରେ ଏବେ ଆମେରିକା ଆର୍ଥିକ କଟକଣା ଲଗାଇଥିବାରୁ ଭାରତ ରୁଷିଆରୁ ଏସ୍‌-୪୦୦ ମିସାଇଲ ସିଷ୍ଟମ ପାଇବାରେ ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆମେରିକା ଏହା ଚାହୁଁ ନଥିଲେ ମଧ୍ୟ ଆର୍ଥିକ କଟକଣାକୁ ନେଇ ଭବିଷ୍ୟତରେ ଯେଭଳି ସ୍ଥିତି ଉତ୍ପନ୍ନ ହେବ ତଦ୍ବାରା ଭାରତକୁ ଏହା ମିଳିବାରେ ସମସ୍ୟା ଉପୁଜିବ ବୋଲି ସେ ପରୋକ୍ଷରେ କହିଛନ୍ତି।

About The Author: The Sakala