ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧଗ୍ରସ୍ତ ସମୟରେ ସଠାରେ ଫସିଥିବା ଭାରତୀୟଙ୍କୁ ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ନିରାପଦ ଭାବରେ ଫେରାଇ ଅଣାଯାଉଛି। ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।ରୋମାନିଆର ବୁଖାରେଷ୍ଟର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଅପରେସନ୍ ଗଙ୍ଗାରେ ସ୍ୱଦେଶ ଅଣାଯାଉଛି । ୟୁକ୍ରେନର ପଶ୍ଚିମ ସୀମାରେ ଥିବା ପଡ଼ୋଶୀ ଦେଶର ସୀମା ଦେଇ ସେମାନଙ୍କୁ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ବାୟୁସେନା ବିମାନ ।
ସୂଚନା ଅନୁଯାୟୀ, ଗତକାଲି ବାୟୁସେନା C-୧୭ ଏୟାରକ୍ରାଫ୍ଟରେ ସ୍ୱଦେଶ ଫେରିଛନ୍ତି ଭାରତୀୟ । ଆଜି ସୁଦ୍ଧା ୩ଟି ପର୍ଯ୍ଯାୟରେ ୬୨୮ ଜଣ ଭାରତୀୟ ଫେରିଛନ୍ତି ।