କିଭ୍ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ୯ମ ଦିନରେ ପହଞ୍ଚିଛି। ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଆଉ ସ୍ଥିତି ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ରାଜଧାନୀ କିଭ୍ ଓ ଦ୍ୱିତୀୟ ବୃହତ୍ତମ ସହର ଖାରକିଭକୁ ଛାଡ଼ି ଦେଇ ଅନ୍ୟ ସବୁ ସହର ପ୍ରାୟ ଏବେ ଋଷ୍ ସେନାର କବଜାରେ । କିଭ ଦଖଲ କରିବାକୁ ଋଷ ଏବେ ନିର୍ଣାୟକ ଲଢେଇ ପାଇଁ ଶେଷ ପ୍ରସ୍ତୁତି କରିସାରିଛି । ଆଜି ଋଷ ସୈନ୍ୟ କିଭ୍ ସହର ଭିତରେ ପ୍ରବେଶ କରିଥିବା ଦାବି କରିଛି ।
ୟୁକ୍ରେନର ରାଜଧାନୀ କିଭର ଯତିକି ନିକଟତର ହେଉଛି ଋଷିଆ ସେନା, ସେତିକି ଆକ୍ରମଣାତ୍ମକ ହେବାରେ ଲାଗିଛି । ବିସ୍ଫୋରଣର ଦୃଶ୍ୟ ହିଁ ବୟାନ କରୁଛି ଯେ, କିଭଳି ଆକାଶରୁ ମୃତ୍ୟୁ ବର୍ଷା କରୁଛି ଋଷିଆ । ରାଜଧାନୀ ଦଖଲର ନିଶାରେ ଚୁର୍ ଋଷିଆ ସେନା ସାମରିକ ପ୍ରତିଷ୍ଠାନକୁ ଛାଡି ଅଧିକରୁ ଅଧିକ ଜନବସତିକୁ ଅଞ୍ଚଳକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଏହାରି ମଧ୍ୟରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଋଷିଆ ସୈନ୍ୟଙ୍କ ଭିତରରେ ସାଘାଂତିକ ଅଭିଯୋଗ ଆଣିଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ଋଷିଆ ସୈନ୍ୟମାନେ କେବଳ ୟୁକ୍ରେନ ଉପରେ ହମଲା କରୁନାହାନ୍ତି ବରଂ ସେମାନେ ୟୁକ୍ରେନର ମହିଳାମାନଙ୍କୁ ବଳାତ୍କାର କରୁଛନ୍ତି।
ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ଅଭିଯୋଗ ଅନୁସାରେ ଋଷିଆ ସୈନ୍ୟମାନେ ଜନବସତି ଉପରେ ଆକ୍ରମଣ କରୁଛନ୍ତି। ଟ୍ୟାଙ୍କର ଏବଂ ବୋମା ପାକାଇ ସହରଗୁଡିକୁ ନିଜ ଅଧିନକୁ ନେବା ପରେ ସେଠରେ ଥିବା ମହିଳାମାନଙ୍କୁ ଜୋରଜବଦସ୍ତ ବଳାତ୍କାର କରୁଛନ୍ତି ଋଷିଆ ସୈନ୍ୟ। ଯାହା ଯୁଦ୍ଧ ନୀତିର ସମ୍ପୁର୍ଣ୍ଣ ବିରୋଧ। ଋଷିଆ ସୈନ୍ୟଙ୍କ ଏହି କାର୍ଯ୍ୟକଳାପ କେବେ ବି କ୍ଷମାଯୋଗ୍ୟ ହେବନାହିଁ।
ଅନ୍ୟପଟେ ଋଷ ଗଣମାଧ୍ୟମ ଜେଲେନସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ପହଞ୍ଚିଥିବା ଦାବି କରିଛି । ଏହି ରିପୋର୍ଟରେ କୁହାଯାଇଛି କି, ରାଜଧାନୀ କ୍ୱିବିର ଏକ ବଙ୍କର ଭିତରେ ଥିବା ଜେଲେନସ୍କି ଏବେ ପୋଲାଣ୍ଡ ପଳାଇ ଯାଇଛନ୍ତି ।ତେବେ ସିଆଇଏ ତାଙ୍କୁ ଦେଶ ଛାଡିବା ନେଇ ସହଯୋଗ କରିଥିବା ଅନୁମାନ କରାଯାଉଛି। କିନ୍ତୁ ଋଷ ମିଡିଆର ଏହି ଦାବିକୁ ମିଛ ବୋଲି କହିଛି ୟୁକ୍ରେନ। ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏବେ ବି କିବରେ ଥିବା ୟୁକ୍ରେନ ସଂସଦ ଘୋଷଣା କରିଛି।