ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ହସ୍ପିଟାଲରେ ବେଡ ନ ଥିବା ଭଳି ଚିତ୍ର ମଧ୍ଯ ସାମ୍ନାକୁ ଆସୁଛି। ଏପରି ପରିସ୍ଥିତରେ ଲୋକେ କିନ୍ତୁ ସୁଧୁରିବାର ନାଁ ନେଉନାହାନ୍ତି। କିଛି ଅମନିଆଙ୍କ ପାଇଁ କରୋନା ଚେନରେ ବ୍ରେକ ଲାଗିପାରୁ ନହିଁ। ଦିଲ୍ଲୀରେ କରନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏହି ଚେନରେ ବ୍ରେକ ଲଗାଇବା ପାଇଁ ଦିଲ୍ଲୀ ସରକାର ଆଜି ରାତି ୧୦ଟାରୁ ଆସନ୍ତା ସୋମାବାର ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏହି ଲକଡାଉନ ଘୋଷଣା କରିବା ମାତ୍ରେ ଦିଲ୍ଲୀର ବଜାରରେ ପ୍ରବଳ ଭିଡ ବଢିଯାଇଛି।
ଦିଲ୍ଲୀ ଗୋଲ୍ ମାର୍କେଟ ଅଞ୍ଚଳରେ ମଦ ଦୋକାନରେ ଲୋକଙ୍କର ନାହିଁ ନ ଥିବା ଭିଡ ବଢିଯାଇଛି। ଏଠାରେ ଲୋକେ ପେଟି ପେଟି ମଦ ବୋତଲ କିଣି ନେଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଦରିୟାଗଞ୍ଜ ଓ ଅନ୍ୟ ବହୁ ଅଞ୍ଚଳରେ ଏଭଳି ସ୍ଥିତି ଜାରି ରହିଛି। ମଦ ଦୋକାନରେ ଲଗାତାର ଭିଡ ବଢୁଛି। ଗୋଲ୍ ମାର୍କେଟର ମଦ ଦୋକାନରେ ଏତେ ଭିଡ ଯେ ପୁଲିସକୁ ସମ୍ଭାଳିବା କଷ୍ଟକର ହୋଇପଡିଥିଲା।