ଏଣିକି ୨୪ ଘଣ୍ଟା ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ବିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ବ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ […]

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ବିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ବ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇ ପାରିବେ।


କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ସରକାର ଟୀକାକରଣର ଗତି ବଢାଇବା ପାଇଁ ସମୟର ବ୍ୟବସ୍ଥା ଶେଷ କରିଦେଇଛନ୍ତି । ଦେଶର ଜନସାଧାରଣ ଏବେ ୨୪ ଘଣ୍ଟା ନିଜ ସୁବିଧାରେ ଟିକା ନେଇପାରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସହିତ ସମୟର ମୂଲ୍ୟକୁ ମଧ୍ୟ ବୁଝନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ମହାମାରୀ କୋରୋନା ବିରୋଧରେ ଯୁଦ୍ଧରେ ଟୀକାକରଣର ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯାଉଛି ଟିକା । ଏହା ସହିତ ୪୫ ବର୍ଷରୁ ଅଧିକ ଯେଉଁମାନଙ୍କର ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି ।  କରୋନା ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ଦିଆଯାଉଛି। ଘରୋଇ ହସ୍ପିଟାଲମାନଙ୍କରେ ଟିକା ପାଇଁ ଲୋକଙ୍କୁ ୨୫୦ ଟଙ୍କା ଦେବାକୁ ପଡୁଛି। ଦୁଇଟି ଡୋଜ ପାଇଁ ୫୦୦ ଟଙ୍କା ଦେବାକୁ ହେବ।

ଯଦି କୌଣସି ବ୍ୟକ୍ତି କୋରୋନା ଟିକା ନେବାକୁ ଚାହୁଁଥାନ୍ତି, ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ କୋ-ୱିନ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରାଇପାରିବେ । ସେହିପରି ଆରୋଗ୍ୟସେତୁ ଆପ ଜରିଆରେ କୋ-ୱିନ ୱେବସାଇଟରେ ମଧ୍ୟ ରେଜିଷ୍ଟ୍ରେସନ କରିହେବ ।

About The Author: The Sakala