ଡରାଉଛି କରୋନା; ମାର୍ଚ୍ଚ ୧୫ରୁ ୨୧ ନାଗପୁର ଲକଡାଉନ, ଜରୁରୀ ସେବାକୁ ଅନୁମତି

ନାଗପୁର: ପୁଣି କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏହକୁ ନଜରରେ ରଖି ମହାରାଷ୍ଟ୍ରରେ ରାଜ୍ୟ ସରକାର ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ଯନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟ‌ରେ ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଗତ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ। […]

ନାଗପୁର: ପୁଣି କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ଏହକୁ ନଜରରେ ରଖି ମହାରାଷ୍ଟ୍ରରେ ରାଜ୍ୟ ସରକାର ନାଗପୁର ସହରକୁ ସମ୍ପୂର୍ଣ୍ଣ ଲକଡାଉନ କରିଛନ୍ତି। ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ପର୍ଯ୍ଯନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟ‌ରେ ପନିପରିବା, ଫଳ ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଭଳି ଜରୁରୀ ସେବାକୁ ଅନୁମତି ଦିଆଯାଇଛି। ଗତ ଏକ ମାସ ହେଲାଣି ରାଜ୍ୟରେ ସଂକ୍ରମଣ ସଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ଏକାଧିକ ଅଞ୍ଚଳକୁ ଲକଡାଉନ କରାଯାଇପାରେ। କିଛି ଦିନ ମଧ୍ୟରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି

ଗତ ୨୪ଘଣ୍ଟାରେ ସେଠାରେ ୧୮୦୦ଜଣ କରୋନା ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ମହାରାଷ୍ଟ୍ରରେ ୨୪ଘଣ୍ଟା ମଧ୍ୟରେ ୧୩,୬୫୯ଜଣ କରୋନା ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ପରିସ୍ଥିତି ଦେଖି କୋଭିଡ କଟକଣା ଲଗାଇବାକୁ କହିଥିଲେ। ଏହା ପରେ ନାଗପୁରରେ ଲକଡାଉନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

About The Author: The Sakala