ଡେଲ୍ଟା ଓ ଡେଲ୍ଟା ପ୍ଲସଠୁ ଭୟଙ୍କର କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’, ଦକ୍ଷିଣ ଆଫ୍ରିକା ସମେତ ୫ଟି ଦେଶରେ କରିସାରିଲାଣି କାୟା ବିସ୍ତାର

ନୂଆଦିଲ୍ଲୀ : କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କରୋନାର ଏହି ନୂଆ B.୧.୧.୫୨୯ ଭାଇରସକୁ ‘ଭାରିଏଣ୍ଟ ଅଫ କନର୍ସନ’ ଘୋଷଣା […]

ନୂଆଦିଲ୍ଲୀ : କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କରୋନାର ଏହି ନୂଆ B.୧.୧.୫୨୯ ଭାଇରସକୁ ‘ଭାରିଏଣ୍ଟ ଅଫ କନର୍ସନ’ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାରୁ ବିଶ୍ବକୁ ବ୍ୟାପିଥିବା ଏହି ନୂଆ ଭାରିଏଣ୍ଟର ନାମ ‘ଓମିକ୍ରନ୍’। ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

ଡେଲଟା ଠାରୁ ୭ ଗୁଣା ଅଧିକ ବେଗରେ ବ୍ୟାପୁଛି ଏହି ନୂଆ ଭାରିଏଣ୍ଟ । ଯାହାକୁ ନଜରରେ ରଖି ୟୁରୋପ ସଂଘର ୨୭ଟି ଦେଶ ପ୍ରାୟ ୭ଟି ଆଫ୍ରିକୀୟ ଦେଶର ଉଡାଣ ଉପରେ ରୋକ୍ ଲଗାଇଛନ୍ତି । ଅଳ୍ପଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ B.୧.୧.୫୨୯ ବା ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ଫହୁ’ ପକ୍ଷରୁ କୁହାଯାଇଛି।ପୂର୍ବର ଆସିଥିବା ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଣୁ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବା ଲାଗି ଶୁକ୍ରବାରଠାରୁ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି।

ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀୟ ଦେଶ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ସେହିଭଳି ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ ରୋକ ଲାଗାଇଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ସହିତ କ୍ୱାରେଣ୍ଟାଇନ କରିବାକୁ ଏସବୁ ଦେଶମାନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ସିଙ୍ଗାପୁର ଏବଂ ମାଲେସିଆ ମଧ୍ୟ ୭ଟି ଆଫ୍ରୀକୀୟ ଦେଶରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବେ ବୋଲି ଘୋଷଣା କରିସାରିଲେଣି।

ଏହି ନୂଆ ଭାରିଏଣ୍ଟ କାହିଁକି ଭୟଙ୍କର?

ନଭେମ୍ବର ୧୧ ତାରିଖରେ ଏହି ନୂଆ ଭାରିଏଣ୍ଟ ବୋତ୍ସବାନାରେ ମିଳିଥିଲା। ଯାହା ପରେ ହଂଗକଂଗ, ଇସ୍ରାଏଲ୍ ଓ ବେଲଜିୟମରେ ଦେଖାଦେଇଥିଲା । ୟୁନିଭର୍ସିଟି କଲେଜ ଲଣ୍ଡନର ପ୍ରଫେସର ଦିନାନ ପିଲ୍ଲଇଙ୍କ ମୁତାବିକ କିଛି ନମୁନାର ଜିନୋମ ସିକ୍ୱେସିଂ ହୋଇଛି । ଯେଉଁଥିପାଇଁ ଏହା ଆହୁରି ଦ୍ରୁତ ବେଗରେ ମାଡିପାରେ ।

ଭାଇରସ୍ ମଣିଷ ଶରୀରରେ ପ୍ରବେଶ ପାଇଁ ସ୍ପାଇକ୍ ପ୍ରୋଟିନର ବ୍ୟବହାର କରିଥାଏ । ଆଉ ଭ୍ୟାକସିନ୍ ଶରୀରରେ ଏହି ସ୍ପାଇକକୁ ଚିହ୍ନଟ କରିବା ସହ ପ୍ରଭାବହୀନ ପାଇଁ ପ୍ରସ୍ତୁତ କରିଥାଏ । B.୧.୧.୫୨୯ ଭାରିଏଣ୍ଟର ସ୍ପାଇକ୍ ପ୍ରୋଟିନରେ ୩୨ ଭାରିଏଣ୍ଟ ରହିଥାଏ । ଯାହା ଚିନ୍ତାର କାରଣ ପାଲଟିଛି, କାରଣ ମ୍ୟୁଟେସନ୍ ଶରୀରର ପ୍ରତିରକ୍ଷା ପ୍ରଣାଳୀରୁ ରକ୍ଷା ପାଇ ଆଗାମୀ ଲହରର କାରଣ ପାଲଟିପାରେ । ତେବେ ଏଯାବତ୍ ଏନେଇ ଅଧିକ ସୂଚନା ମିଳିନଥିବା ବେଳେ ବିଦେଶୀ ଯାତ୍ରୀଙ୍କ ଜରିଆରେ ଏହା ଅଧିକ ବ୍ୟାପିପାରେ ବୋଲି ଅନୁମାନ କରାଯାଉଛି ।

‘ଓମିକ୍ରନ’ ବିପକ୍ଷରେ କେତେ ଫଳପ୍ରଦ ଟିକା

ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜରର କହିବା କଥା, ଏହି ଭାରିଆଣ୍ଟ ବିପକ୍ଷରେ ଟିକା କେତେ ଦୂର ପ୍ରଭାବୀ ତାହା ଠିକ୍ ଭାବେ ଜଣାପଡିନାହିଁ । ତେବେ କମ୍ପାନୀ ଏହା ମଧ୍ୟ କହିଛି ଯେ, ଆସନ୍ତା ଶହେ ଦିନ ଭିତରେ ଏହି ନୂଆ ଭାରିଆଣ୍ଟ ପାଇଁ ସେମାନେ ଟିକା ପ୍ରସ୍ତୁତ କରିଦେବେ ।ଆମେରିକାର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଫାଇଜର ଏକ ବୟାନ ଜାରି କରି କହିଛି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ଓମିକ୍ରନ ଭାରିଆଣ୍ଟ ବିପକ୍ଷରେ ଟିକା କେତେ ଫଳପ୍ରଦ ତାହା ଜଣାପଡିନି । ତେବେ ଯଦି ଏହା ନୂଆ ଭାରିଆଣ୍ଟ ବିପକ୍ଷରେ ଟିକା ଫଳପ୍ରଦ ନହୁଏ ତେବେ ଭ୍ୟାକ୍ସିନରେ ପରିବର୍ତ୍ତନ ଆସିପାରେ । ଅନ୍ୟପଟେ ବର୍ତ୍ତମାନ ଟିକା ଏହି ଭାରିଆଣ୍ଟ ବିପକ୍ଷରେ କେତେ ଫଳପ୍ରଦ ତାହା ଆଗାମୀ ଦୁଇ ସପ୍ତାହ ଭିତରେ ଜଣାପଡିଯିବ । ଏହାକୁ ନେଇ ଏବେ ପରୀକ୍ଷା ଚାଲିଛି ବୋଲି ସୂଚନା ମିଳିଛି

‘ଓମିକ୍ରନ’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂତନ ଭାରିଏଣ୍ଟର ବିପଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଶନିବାର ଜରୁରୀକାଳୀନ ବୈଠକ କରିଛନ୍ତି। ବୈଠକରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଏଣ୍ଟ ଉପରେ ଚିନ୍ତା ପ୍ରକାଶ କରି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସଠିକ୍ ଯାଞ୍ଚ କରିବାକୁ ସେ କହିଛନ୍ତି। ବିଶେଷ କରି ଯେଉଁ ଦେଶରେ ନୂତନ ଭାରିଏଣ୍ଟର ବିପଦ ଅଧିକ ରହିଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି।

ଏଥିସହ ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ନୂତନ ଭାରିଏଣ୍ଟକୁ ନେଇ ସମଗ୍ର ଦେଶରେ ଜିଲ୍ଲାସ୍ତରରେ ସଚେତନ କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣର ଟିକିନିକି ଯାଞ୍ଚ ସହ ନୀରିକ୍ଷଣ ଜାରି ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ନୂଆ ଭାରିଏଣ୍ଟରେ ପ୍ରଭାବିତ ଦେଶଗୁଡିକୁ ବିବାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଦିଙ୍କୁ ଟ୍ୱିଟ୍‌ କରି ଅପିଲ୍‌ କରିଛନ୍ତି। ଭାରତରେ ଯେପରି ନୂଆ ଭାରିଏଣ୍ଟ ପ୍ରବେଶ ନ କରିବ ସେଥିପ୍ରତି ଆଗୁଆ ସଜାଗ ହେବା ଉଚିତ ବୋଲି ସେ କହିଛନ୍ତି।

About The Author: The Sakala