ନେପାଳ: ନେପାଳରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ଯାତ୍ରୀବାହୀ ବସ୍ । ୨ଟି ବସ୍ରେ ଡ୍ରାଇଭରଙ୍କ ସମେତ ଥିଲେ ୬୩ ଯାତ୍ରୀ । ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ୍ ୬୩ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ନାରାୟଣଗଡ଼-ମୁଗଲିନ ରୋଡ୍ ସେକ୍ସନରେ ଘଟିଛି ଏହି ଭୂସ୍ଖଳନ । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି । ଉଭୟ ବସରେ ଡ୍ରାଇଭରଙ୍କୁ ମିଶାଇ ୬୩ ଜଣ ଥିବା ସୂଚନା ମିଳିଛି । ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧ ଯାତ୍ରୀ ରହିଥିଲେ । ତେବେ ୨ ଜଣ ଯାତ୍ରୀ ବସରୁ ଡେଇଁବାରେ ସଫଳ ହୋଇଛନ୍ତି । ବାକି ବସରେ ଥିବା କୌଣସି ଯାତ୍ରୀଙ୍କ ପତ୍ତା ମିଳିନାହିଁ । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କଲ ଦହାଲ ।
ନେପାଳରେ ଭୂସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ୨ଟି ବସ୍, ୬୩ ଯାତ୍ରୀ ନିଖୋଜ
ନେପାଳ: ନେପାଳରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ଯାତ୍ରୀବାହୀ ବସ୍ । ୨ଟି ବସ୍ରେ ଡ୍ରାଇଭରଙ୍କ ସମେତ ଥିଲେ ୬୩ ଯାତ୍ରୀ । ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ୍ ୬୩ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ନାରାୟଣଗଡ଼-ମୁଗଲିନ ରୋଡ୍ ସେକ୍ସନରେ ଘଟିଛି ଏହି ଭୂସ୍ଖଳନ । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି […]