ନେପାଳର ଲୁମ୍ବିନି ସ୍ଥିତ ମାୟାଦେବୀ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଲୁମ୍ବିନି ଗସ୍ତ ଅବସରରେ ୨୦୨୨ ମସିହା ମେ ୧୬ ରେ ନେପାଳର ଲୁମ୍ବିନିରେ ଥିବା ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବା ଏବଂ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଓବା ରହିଥିଲେ। ନେତାମାନେ ମନ୍ଦିର ପରିସରରେ ଥିବା ଚିହ୍ନିତ ପ୍ରସ୍ତରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାକି ଭଗବାନ ବୁଦ୍ଧଙ୍କ ପ୍ରକୃତ ଜନ୍ମ ସ୍ଥାନକୁ ସୂଚିତ କରିଥାଏ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଲୁମ୍ବିନି ଗସ୍ତ ଅବସରରେ ୨୦୨୨ ମସିହା ମେ ୧୬ ରେ ନେପାଳର ଲୁମ୍ବିନିରେ ଥିବା ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବା ଏବଂ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଓବା ରହିଥିଲେ।

ନେତାମାନେ ମନ୍ଦିର ପରିସରରେ ଥିବା ଚିହ୍ନିତ ପ୍ରସ୍ତରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାକି ଭଗବାନ ବୁଦ୍ଧଙ୍କ ପ୍ରକୃତ ଜନ୍ମ ସ୍ଥାନକୁ ସୂଚିତ କରିଥାଏ । ସେମାନେ ବୌଦ୍ଧ ରୀତିନୀତି ଅନୁଯାୟୀ ଆୟୋଜିତ ପୂଜାରେ ଯୋଗ ଦେଇଥିଲେ । ଦୁଇ ପ୍ରଧାନମନ୍ତ୍ରୀ ମନ୍ଦିର ନିକଟରେ ଅବସ୍ଥିତ ଅଶୋକା ସ୍ତମ୍ଭ ନିକଟରେ ମଧ୍ୟ ଦୀପ ଜାଳିଥିଲେ । ଖ୍ରୀଷ୍ଟପୂର୍ବ ୨୪୯ ମସିହାରେ ସମ୍ରାଟ ଅଶୋକାଙ୍କ ଦ୍ୱାରା ର୍ନିମିତ ଏହି ସ୍ତମ୍ଭରେ ଲୁମ୍ବିନୀ ପ୍ରଭୁ ବୁଦ୍ଧଙ୍କ ଜନ୍ମସ୍ଥାନ ହେବାର ପ୍ରଥମ ଖୋଦିତ ଲିପିର ପ୍ରମାଣ ରହିଛି । ଏହା ପରେ ଦୁଇ ପ୍ରଧାନମନ୍ତ୍ରୀ ବୋଧ ଗୟା ଠାରୁ ବୋଧି ଗଛର ଚାରାରେ ଜଳ ସିଞ୍ଚନ କରିଥିଲେ ଯାହାକି ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନିକୁ ଉପହାର ଦେଇଥିଲେ ଏବଂ ମନ୍ଦିରର ପରିଦର୍ଶକଙ୍କ ପୁସ୍ତକରେ ମଧ୍ୟ ଦସ୍ତଖତ କରିଥିଲେ ।

About The Author: The Sakala