ଦୀର୍ଘ ୪୦ ଘଣ୍ଟା ପରେ ଦେଖା ଦେଲେ ହେମନ୍ତ ସୋରେନ୍‌, ଅପରାହ୍ଣ ସାଢ଼େ ୪ଟାରେ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପହଞ୍ଚିଛନ୍ତି । ଦୀର୍ଘ ୪୦ ଘଣ୍ଟା ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍‌। ରବିବାର ଠାରୁ ଗାଏବ ଥିବା ସୋରେନ୍‌ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ ର ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ […]

ନୂଆଦିଲ୍ଲୀ: ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପହଞ୍ଚିଛନ୍ତି । ଦୀର୍ଘ ୪୦ ଘଣ୍ଟା ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍‌। ରବିବାର ଠାରୁ ଗାଏବ ଥିବା ସୋରେନ୍‌ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ ର ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରିବା ଆଶଙ୍କା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଶାସକ ମେଣ୍ଟର ସମସ୍ତ ବିଧାୟକମାନଙ୍କୁ ରାଞ୍ଚିରେ ଉପସ୍ଥିତ ରହିବା ଲାଗି କୁହାଯାଇଥିଲା। ବ୍ୟାଗ ସହିତ ପ୍ରସ୍ତୁତ ରହିବାକୁ ଶାସକ ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେପଟେ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍‌ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି। ଏଥିପାଇଁ ବାରମ୍ବାର ସମନ ପରେ ବି ସେ ପଚରାଉଚରା ପାଇଁ ହାଜର ହେଉନାହାନ୍ତି। ଏପରିକି ରବିବାର ଠାରୁ ଇଡିକୁ ଭୂଆଁ ବୁଲାଉଛନ୍ତି। ଇଡି ଦିଲ୍ଲୀ ସ୍ଥିତ ଶାନ୍ତି ନିକେତରେ ପଶି ପ୍ରାୟ ନଗଦ ୩୬ ଲକ୍ଷ ଟଙ୍କା ଓ ୨ଟି ବିଏମ୍‌ଡବ୍ଲୁ କାର୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି।

ଏପଟେ ବିଜେପି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଟାର୍ଗେଟ୍ କରିଛି । ଝାଡଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତୁତି ଚାଲିଛି । ରାଞ୍ଚିର ଏକ ସ୍ଥାନରେ ମେଣ୍ଟ ତଥା କଂଗ୍ରେସର ସମସ୍ତ ବିଧାୟକ ଏକାଠି ହୋଇଛନ୍ତି । ଅପରାହ୍ନ ସାଢ଼େ ୪ଟାରେ ଶାସକ ଦଳ ପ୍ରେସମିଟ୍‌ ଡାକିଛନ୍ତି। ପ୍ରେସ୍‌ମିଟ୍‌ରେ କୌଣସି ବଡ଼ ଘୋଷଣା ହେବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ପତ୍ନୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା ଚାଲିଛି ବୋଲି ଦାବି ବିଜେପି ନେତା ଦାବି କରିଛନ୍ତି ।

About The Author: The Sakala