ବଢିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ; ୫ ଦିନିଆ ED ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ସିଏମ

ରାଞ୍ଚି: ୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି […]

ରାଞ୍ଚି: ୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ଜମି ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନେଇଛି ଇଡି। ଆଜି ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନକୁ ଖାରଜ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ରିମାଣ୍ଡରେ ନେଇଛି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ଓ ସୋରେନଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଗତ ବୁଧବାର (୩୧)ରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ଇଡି । ଜମି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରିଥିଲା। ଏହାପରେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୋରେନ। ଆଜି ଏ ମାମଲା ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିଦେବା ସହ ହାଇକୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

About The Author: The Sakala