କିଛି ସମୟ ପାଇଁ ଆକ୍ରମଣ ବନ୍ଦ କଲା ଇସ୍ରାଏଲ, ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ

ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ […]

ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ । ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।

ଆଇଡିଏଫ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’

ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।

About The Author: The Sakala