ଖୋଜି ଖୋଜି ହମାସ୍‌ ଆତଙ୍କୀଙ୍କୁ ମାରୁଛି ଇସ୍ରାଏଲ, ୨୪ ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ଆଡ୍ଡା ଧ୍ବଂସ

The Sakala Picture
Published On

ତେଲ୍‌ ଆଭିଭ୍‌:ଗାଜାରେ ହମାସ୍‌ ବିରୋଧରେ ଇସ୍ରାଏଲ ସେନାର ଆକ୍ରମଣ ଆହୁରି ଜୋରଦାର ହୋଇଛି। ଇସ୍ରାଏଲ ସେନା ଗତକାଲି ଗାଜା ସହରରେ ପ୍ରବେଶ କରିବା ସହିତ ପରିବର୍ତ୍ତିିତ ରଣନୀତିରେ ଆକ୍ରମଣ ତୀବ୍ର କରିଛି। ଗତକାଲି ରାତିରେ ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ସହିତ ଟ୍ୟାଙ୍କ ଏବଂ ତୋପ ମାଧ୍ୟମରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଗାଜା ସହରସ୍ଥିତ ଏକ ଶିବିର ଉପରେ ବୋମା ମାଡ଼ ଯୋଗୁଁ ୫୦ ପାଲେଷ୍ଟନୀୟଙ୍କ ମୃତ୍ୟୁ ହୋଇଛି। ସେହିପରି ସୁଡ଼ଙ୍ଗ ମଧ୍ୟରେ […]

ତେଲ୍‌ ଆଭିଭ୍‌:ଗାଜାରେ ହମାସ୍‌ ବିରୋଧରେ ଇସ୍ରାଏଲ ସେନାର ଆକ୍ରମଣ ଆହୁରି ଜୋରଦାର ହୋଇଛି। ଇସ୍ରାଏଲ ସେନା ଗତକାଲି ଗାଜା ସହରରେ ପ୍ରବେଶ କରିବା ସହିତ ପରିବର୍ତ୍ତିିତ ରଣନୀତିରେ ଆକ୍ରମଣ ତୀବ୍ର କରିଛି। ଗତକାଲି ରାତିରେ ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ସହିତ ଟ୍ୟାଙ୍କ ଏବଂ ତୋପ ମାଧ୍ୟମରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଗାଜା ସହରସ୍ଥିତ ଏକ ଶିବିର ଉପରେ ବୋମା ମାଡ଼ ଯୋଗୁଁ ୫୦ ପାଲେଷ୍ଟନୀୟଙ୍କ ମୃତ୍ୟୁ ହୋଇଛି। ସେହିପରି ସୁଡ଼ଙ୍ଗ ମଧ୍ୟରେ ରହିଥିବା ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯାଉଥିବା ଇସ୍ରାଏଲ ସେନା କହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଏହି ଆକ୍ରମଣରେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ୍‌ର ମୁଖ୍ୟ ସ୍ଥଳ କମାଣ୍ଡରର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ଏହାସହିତ ୩୦୦ରୁ ଅଧିକ ହମାସ୍‌ ଆଡ୍ଡାକୁ ମଧ୍ୟ ଧ୍ବଂସ କରିଦିଆଯାଇଛି ବୋଲି ଆଇଡିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଶିଶୁଙ୍କ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ମଧ୍ୟ ହସ୍ପିଟାଲରେ ବ୍ୟବସ୍ଥା ନାହିଁ। ବିଜୁଳି ,ପାଣି ବିନା ଗାଜାରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଉତ୍ତର ଗାଜା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବୋମାମାଡ଼ କରାଯାଇଥିବାରୁ ଗାଜାରେ ଭୂକମ୍ପ ଭଳି ସ୍ଥିତି ଉପୁଜିଛି ବୋଲି ଏଠାକାର ଲୋକ କହିଛନ୍ତି। ସେପଟେ ବିଜୁଳି ଅଭାବରୁ ହସ୍ପିଟାଲର କୌଣସି ବ୍ୟବସ୍ଥା କାର୍ଯ୍ୟ କରୁନଥିବାର ଆହତ ଶିଶୁ ଏବଂ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଅନ୍ୟପକ୍ଷରେ ପାଣି ଅଭାବରୁ ମହିଳାମାନେ ସେମାନଙ୍କ ମାସିକ ଧର୍ମ ବନ୍ଦ କରିବାକୁ ବଟିକା ଖାଉଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

01 Nov 2023 By The Sakala

ଖୋଜି ଖୋଜି ହମାସ୍‌ ଆତଙ୍କୀଙ୍କୁ ମାରୁଛି ଇସ୍ରାଏଲ, ୨୪ ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ଆଡ୍ଡା ଧ୍ବଂସ

ତେଲ୍‌ ଆଭିଭ୍‌:ଗାଜାରେ ହମାସ୍‌ ବିରୋଧରେ ଇସ୍ରାଏଲ ସେନାର ଆକ୍ରମଣ ଆହୁରି ଜୋରଦାର ହୋଇଛି। ଇସ୍ରାଏଲ ସେନା ଗତକାଲି ଗାଜା ସହରରେ ପ୍ରବେଶ କରିବା ସହିତ ପରିବର୍ତ୍ତିିତ ରଣନୀତିରେ ଆକ୍ରମଣ ତୀବ୍ର କରିଛି। ଗତକାଲି ରାତିରେ ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ସହିତ ଟ୍ୟାଙ୍କ ଏବଂ ତୋପ ମାଧ୍ୟମରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଗାଜା ସହରସ୍ଥିତ ଏକ ଶିବିର ଉପରେ ବୋମା ମାଡ଼ ଯୋଗୁଁ ୫୦ ପାଲେଷ୍ଟନୀୟଙ୍କ ମୃତ୍ୟୁ ହୋଇଛି। ସେହିପରି ସୁଡ଼ଙ୍ଗ ମଧ୍ୟରେ ରହିଥିବା ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯାଉଥିବା ଇସ୍ରାଏଲ ସେନା କହିଛି।

ଏହି ଆକ୍ରମଣରେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ୍‌ର ମୁଖ୍ୟ ସ୍ଥଳ କମାଣ୍ଡରର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ଏହାସହିତ ୩୦୦ରୁ ଅଧିକ ହମାସ୍‌ ଆଡ୍ଡାକୁ ମଧ୍ୟ ଧ୍ବଂସ କରିଦିଆଯାଇଛି ବୋଲି ଆଇଡିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଶିଶୁଙ୍କ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ମଧ୍ୟ ହସ୍ପିଟାଲରେ ବ୍ୟବସ୍ଥା ନାହିଁ। ବିଜୁଳି ,ପାଣି ବିନା ଗାଜାରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଉତ୍ତର ଗାଜା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବୋମାମାଡ଼ କରାଯାଇଥିବାରୁ ଗାଜାରେ ଭୂକମ୍ପ ଭଳି ସ୍ଥିତି ଉପୁଜିଛି ବୋଲି ଏଠାକାର ଲୋକ କହିଛନ୍ତି। ସେପଟେ ବିଜୁଳି ଅଭାବରୁ ହସ୍ପିଟାଲର କୌଣସି ବ୍ୟବସ୍ଥା କାର୍ଯ୍ୟ କରୁନଥିବାର ଆହତ ଶିଶୁ ଏବଂ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଅନ୍ୟପକ୍ଷରେ ପାଣି ଅଭାବରୁ ମହିଳାମାନେ ସେମାନଙ୍କ ମାସିକ ଧର୍ମ ବନ୍ଦ କରିବାକୁ ବଟିକା ଖାଉଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର