ରାଜି ହେଲା ଇସ୍ରାଏଲ, ଦିନକୁ ୪ ଘଣ୍ଟା ଲେଖାଏଁ ମିଳିବ ଅସ୍ତ୍ର ବିରତି

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ  ଗାଜାବାସୀଙ୍କୁ ସମାନ୍ୟ ଆଶ୍ବସ୍ତି । ସାଧାରଣ ଲୋକଙ୍କ ପାଇଁ ୩ ଦିନ ୪ ଘଣ୍ଟା ଲେଖାଏଁ ଅସ୍ତ୍ର ବିରତି ମିଳିବ। ସୈନ୍ୟ ଅଭିଯାନ ବନ୍ଦ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ମାନବୀୟ ସୁରକ୍ଷା ପାଇଁ ଇସ୍ରାଏଲ ସହମତି ପ୍ରକାଶ କରିଥିବା ଆମେରିକା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି […]

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ  ଗାଜାବାସୀଙ୍କୁ ସମାନ୍ୟ ଆଶ୍ବସ୍ତି । ସାଧାରଣ ଲୋକଙ୍କ ପାଇଁ ୩ ଦିନ ୪ ଘଣ୍ଟା ଲେଖାଏଁ ଅସ୍ତ୍ର ବିରତି ମିଳିବ। ସୈନ୍ୟ ଅଭିଯାନ ବନ୍ଦ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ମାନବୀୟ ସୁରକ୍ଷା ପାଇଁ ଇସ୍ରାଏଲ ସହମତି ପ୍ରକାଶ କରିଥିବା ଆମେରିକା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେତାନ୍ୟାହୁଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ବଦଳରେ ହମାସ ଡଜନେ ପଣବନ୍ଦୀଙ୍କୁ ଖଲାସ କରିବ ବୋଲି କହିଛି ।

ହାମାସ୍ ଆତଙ୍କବାଦୀ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ ପରେ ଆଇଡିଏଫ ଘନଘନ ଆକ୍ରମଣ କରୁଛି । ରକେଟ୍ ମାଡ଼ ଛାରଖାର ହୋଇଛି ଗାଜାପଟ୍ଟା । ଉଭୟ ପକ୍ଷରୁ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଲେଣି । ସେହିପରି ୨ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଅନ୍ୟପଟେ ହମାସ୍ ଆତଙ୍କୀ ଇସ୍ରାଏଲ ପଣବନ୍ଦୀଙ୍କୁ ନଛାଡ଼ିବା ଯାଏ ଲଢେଇ ଜାରି ରହିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।

About The Author: The Sakala