ଗାଜା ହସ୍ପିଟାଲ୍‌ରେ ବିସ୍ଫୋରଣ ଇସ୍ରାଏଲ୍ କରି ନାହିଁ: ଜୋ ବାଇଡେନ

The Sakala Picture
Published On

ନୂଆଦିଲ୍ଲୀ: ବୁଧବାର ଯୁଦ୍ଧଗ୍ରସ୍ତ ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗାଜା ହସ୍‌ପିଟାଲ୍‌ ବ୍ଲାଷ୍ଟ ଘଟଣାରେ ଇସ୍ରାଏଲ୍‌ର ଦୋଷ ନାହିଁ ।  ଅନ୍ୟ କେହି ଏହି ଆକ୍ରମଣ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଇସ୍ରାଏଲ୍‌ର ତେଲ ଅଭିବ୍‌ରେ ପହଞ୍ଚି ବାଇଡେନ୍ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁଙ୍କୁ ଭେଟି ଆମେରିକାର ସମର୍ଥନ ତାଙ୍କ ପଛରେ ଅଛି ବୋଲି କହିଛନ୍ତି। ବାଇଡେନ୍ କହିଛନ୍ତି ଆମେରିକା ସବୁବେଳେ ଇହୁଦୀ ଦେଶକୁ ସମର୍ଥନ କରି ଆସିଛି। ଆତ୍ମରକ୍ଷା ପାଇଁ ଯାହା ଆବଶ୍ୟକ, […]

ନୂଆଦିଲ୍ଲୀ: ବୁଧବାର ଯୁଦ୍ଧଗ୍ରସ୍ତ ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗାଜା ହସ୍‌ପିଟାଲ୍‌ ବ୍ଲାଷ୍ଟ ଘଟଣାରେ ଇସ୍ରାଏଲ୍‌ର ଦୋଷ ନାହିଁ ।  ଅନ୍ୟ କେହି ଏହି ଆକ୍ରମଣ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଇସ୍ରାଏଲ୍‌ର ତେଲ ଅଭିବ୍‌ରେ ପହଞ୍ଚି ବାଇଡେନ୍ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁଙ୍କୁ ଭେଟି ଆମେରିକାର ସମର୍ଥନ ତାଙ୍କ ପଛରେ ଅଛି ବୋଲି କହିଛନ୍ତି। ବାଇଡେନ୍ କହିଛନ୍ତି ଆମେରିକା ସବୁବେଳେ ଇହୁଦୀ ଦେଶକୁ ସମର୍ଥନ କରି ଆସିଛି। ଆତ୍ମରକ୍ଷା ପାଇଁ ଯାହା ଆବଶ୍ୟକ, ଆମେରିକା ଇସ୍ରାଏଲ୍‌କୁ ଯୋଗାଇବ ବୋଲି ବାଇଡେନ୍ କହିଛନ୍ତି। ହସ୍‌ପିଟାଲ୍‌ରେ ବ୍ଲାଷ୍ଟ ଅନ୍ୟ କେହି କରିଛି ଆପଣ କରି ନାହାନ୍ତି ବୋଲି ନେତାନ୍ୟାହୁଙ୍କୁ କହିଛନ୍ତି ବାଇଡେନ୍।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ସୂଚନା ଅନୁସାରେ, ଗାଜାରେ ଥିବା ଏକ ହସ୍‌ପିଟାଲ୍‌ରେ ବିସ୍ଫୋରଣ ଯୋଗୁ ୫୦୦ ଲୋକଙ୍କର ମୃତ୍ୟୁ ହୋଇଛି। ହମାସ ଏହାର ଦୋଷ ଇସ୍ରାଏଲ ଉପରେ ଲଦିଥିବା ବେଳେ ଇସ୍ରାଏଲ କିନ୍ତୁ ଏହାକୁ ଖଣ୍ଡନ କରିଛି। ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ଜିହାଦୀ ଗ୍ରୁପ୍‌ ରକେଟ୍‌ ଫେଲ୍ ହୋଇ ହସ୍‌ପିଟାଲ୍‌ରେ ମାଡ଼ ହୋଇଛି ବୋଲି ଇସ୍ରାଏଲ୍ କହିଛି।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ବାଇଡେନ କହିଛନ୍ତି “ଇସ୍ରାଏଲ ଓ ଆମେରିକା ଆତଙ୍କବାଦୀ ଘୋଷଣ କରିଥିବା ହମାସ ୧୩୦୦ ଲୋକଙ୍କୁ ହତ୍ୟା କରିଛି। ଏଥିରେ ୩୧ ଆମେରିକୀୟ ନାଗରିକ ମଧ୍ୟ ରହିଛନ୍ତି। ଛୋଟ ପିଲାଙ୍କ ସମେତ ସେମାନେ ଏକାଧିକ ଲୋକଙ୍କୁ ବନ୍ଧକ ବନାଇଛନ୍ତି। ସେମାନେ ଏଭଳି ଅତ୍ୟାଚାର କରିଛନ୍ତି ଯାହା ଆଇଏସ୍‌ଆଇଏସ୍‌ ଚିନ୍ତାଧାରକୁ ଦେଖାଉଛି।” ହମାସ ପାଲେଷ୍ଟାଇନ୍‌କୁ ପ୍ରତିନିଧିତ୍ୱ କରୁନାହିଁ। ଏହି ଗୋଷ୍ଠୀ କେବଳ ତାଙ୍କୁ କଷ୍ଟ ଦେଉଛି ବୋଲି ବାଇଡେନ୍ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

ଏଥିସହିତ ସହିତ ଆସ୍ତ୍ରଶସ୍ତ୍ର ଯୋଗାଇ ଥିବାରୁ ନେତାନ୍ୟାହୁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି।ସୂଚନା ଥାଉକି ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସେବେଠାରୁ ଏପର୍ୟ୍ୟନ୍ତ ୨୭୭୮ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଛି। ସେହିପରି ଇସ୍ରାଏଲ୍‌ରୁ ୧୪୦୦ ଲୋକଙ୍କର ମୃତ୍ୟୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର