ହୋଇପାରେ ବଡ଼ ଆକ୍ରମଣ: ଉରିରେ ଆରମ୍ଭ ହେଲା ଗୁଳି ବର୍ଷଣ, ମୋଦୀଙ୍କୁ ଭେଟିଲେ ୩ ସେନା ମୁଖ୍ୟ…

ନୂଆଦିଲ୍ଲୀ: ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ।  ଜମ୍ମୁ କାଶ୍ମୀର ଉରିରେ ଆରମ୍ଭ ହେଲା ଗୁଳି ବର୍ଷଣ । ପାକିସ୍ତାନ ପଟୁ ଗୁଳିମାଡ଼ ହେଉଥିବା ସୂଚନା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ […]

ନୂଆଦିଲ୍ଲୀ: ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ।  ଜମ୍ମୁ କାଶ୍ମୀର ଉରିରେ ଆରମ୍ଭ ହେଲା ଗୁଳି ବର୍ଷଣ । ପାକିସ୍ତାନ ପଟୁ ଗୁଳିମାଡ଼ ହେଉଥିବା ସୂଚନା ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଛନ୍ତି। ପ୍ରଧାନମନ୍ତ୍ରୀଭ୍‌‌କ ବାସ ଭବନରେ ୩ଜଣ ସେନା ମୁଖ୍ୟ ଆଲୋଚନା କରିଛନ୍ତି। ଫଳରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ ନେଇ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ଏହାରି ମଧ୍ଯରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଛୁଟି ବାତିଲ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ସର୍କୁଲାର୍ । ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ମନା। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ମନା। ଛୁଟି ମଞ୍ଜୁର ହୋଇଥିଲେ ବାତିଲ୍ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

About The Author: The Sakala