ଦେଶର ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜେଡି ତରଫରୁ ସାମୁହିକ ଦୀପଦାନ

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜୁ ଜନତା ଦଳର ଭୁବନେଶ୍ୱର ଶାଖା ତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ […]

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜୁ ଜନତା ଦଳର ଭୁବନେଶ୍ୱର ଶାଖା ତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଦଳର ଅନେକ ବରିଷ୍ଠ ନେତାଙ୍କ ସହିତ ଯୁବ, ଛାତ୍ର ଓ ମହିଳା ବିଜେଡିର ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଥମେ, ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମନ୍ଦିର ସମ୍ମୁଖରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ, ଦୁର୍ଗା ସାମନ୍ତରାୟ, ଅମୀୟ ଦାସ,  ଶିବ ବେହେରା ଓ ଅନ୍ୟ କର୍ପୋରେଟର ମାନେ ମଧ୍ୟ ଉପସ୍ଥିତ ଥିଲେ।

 

About The Author: The Sakala